STORYMIRROR

Gyanendriya Dash

Inspirational Others

4  

Gyanendriya Dash

Inspirational Others

ଘେନ ଭକ୍ତିର ପ୍ରଣାମ

ଘେନ ଭକ୍ତିର ପ୍ରଣାମ

1 min
374


ହେ କବି ଜୀବନ ନୃସିଂହ ମହାନ୍ତି

କରିଛ ଆମକୁ ଧନ୍ୟ

ସମାଜ ସେବାରେ ଉତ୍ସର୍ଗୀକୃତ ଯେ

'ଫୁଲ' ଓ 'ଫୁଲ ଚନ୍ଦନ' ।


ଝୁରି ହେଉଥିବୁ ଆହେ କବିପ୍ରାଣ

ସଂଗଠନ ସଦାକାଳ

'ଲୋକ ଭାଷା' ତୁମ ଝୁରି ହେଉଥିବ

ଏ 'ସଂଯୋଗୀ ସଜଫୁଲ' ।


ଶିଶୁ ସାହିତ୍ୟରେ ଶିଶୁ ସୁଲଭରେ

ଆତ୍ମୀୟତା ଥିଲା ବେଶୀ

କଲମ ଧରିଣ ଲେଖି ଚାଲିଥିଲ

ଅହରହ ଦିବା ନିଶି ।


କଲମ ମୁନରେ ଝରି ଯାଉଥିଲା

ଗଳ୍ପ କବିତା ସମ୍ଭାର

ସମାଜକୁ ଯେଉଁ ବାର୍ତ୍ତା ହେଉଥିଲ

ମର୍ମ ସଫଳ ସାକାର ।


ପଢ଼ିଛି ଦେଖିଛି ତୁମ୍ଭ ଲେଖା ସୃଷ୍ଟି

ହୃଦୟକୁ ଯାଏ ଛୁଇଁ

ଅମର ହେ କବି ପାରୁନାହିଁ ଭାବି

କିପରି ଭୁଲିବି ମୁହିଁ ।


ଲେଖନୀ ଚାଳନା ପୁଣି ସମ୍ପାଦନା

ଅନାବିଳ ଥିଲା ଶ୍ରମ

ଏ ଶ୍ରାଦ୍ଧ ଦିବସେ ସ୍ମରଣ କରୁଛି

ଘେନ ଭକ୍ତିର ପ୍ରଣାମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational