ସାତବାର ମହିମା
ସାତବାର ମହିମା
ସୃଷ୍ଟି ର ଆରମ୍ଭ ବିଚାରନ୍ତି ଦେବ
କିପରି ହୋଇବ ଗଢି
ଚତୁର୍ଦିଗ ଅଛି ଜଳାଶୟ ପୂର୍ଣ୍ଣ
ହାହାକାର ଅଛି ଭରି ।
ପ୍ରଥମ ବାରଟି ଅଟେ ସୋମବାର
ମହାଦେବ ଙ୍କର ପ୍ରିୟ
ସର୍ବ ଦେବା ଦେବୀ ଏକାଠି ହୋଇଣ
ବିଚାରନ୍ତେ ତାହାପ୍ରାୟ ।
ଦ୍ବିତୀୟ ବାରଟି ମଙ୍ଗଳବାର ଯେ
ସର୍ବ ମଙ୍ଗଳ ହିଁ ଶାନ୍ତି
ଶୁଭସ୍ତମ୍ଭ ଦେଇ ସୃଷ୍ଟି ସଜ୍ଜନାରେ
କାର୍ଯ୍ୟରେ ଥିଲେ ମାତି ।
ତୃତୀୟ ବାରଟି ବୁଧବାର ହେଲା
ଗ୍ରହ ଶେଷ୍ଠ ଙ୍କୁ ନେଇ
ସର୍ବ ଦେବା ଦେବୀ ମହାଦେବ ସାଥେ
ଥାଆନ୍ତି ସର୍ବଦା ମିଶି ।
ଚତୁର୍ଥ ବାର ଟି ମାତା ଲକ୍ଷ୍ମୀ ଙ୍କର
ପ୍ରିୟ ଗୁରୁବାର ଦିନ
ଜଗତ କଲ୍ଯାଣ ନିମିତ୍ତ ଧରାରେ
ହୋଇଛନ୍ତି ଅବତୀର୍ଣ୍ଣ ।
ପଞ୍ଚମ ଦିନଟି ଶୁକ୍ରବାର ଦିନ
ହୁଅଇ ସନ୍ତୋଷୀପୂଜା
ସାରା ଧରା ପୃଷ୍ଠେ ପାଳନ୍ତି ଜଗତ
ଉଡଇ ତାଙ୍କରି ଧ୍ବଜା ।
ଷଷ୍ଠ ବାର ଅଟେ ଶନିବାର ଦିନ
ଶନି ଦେବତା ଙ୍କୁ ନେଇ
ସବୁ ଭାର ଦେଇ ସର୍ବ ଦେବଗଣ
ଯାଆନ୍ତି ସ୍ବର୍ଗକୁ ଫେରି ।
ସପ୍ତମ ବାରଟି ଶେଷ ରବିବାର
ସବୁ କାର୍ଯ୍ୟ ହୁଏ ଶେଷ
ସର୍ବ ଦେବା ଦେବୀ ଶୟନ କରନ୍ତି
ନିତି ନିୟମ ଆଦେଶ ।
ଏଧରା ପୃଷ୍ଠରେ ମାନବ ସମାଜ
ପାଳି ଥାନ୍ତି ସାତବାର
ପରିବାର ସାଥେ ଆରାମେ ରୁହନ୍ତି
ସବା ଶେଷ ରବିବାର ।
