STORYMIRROR

Rabindra Kumar Shasamalla

Inspirational

4  

Rabindra Kumar Shasamalla

Inspirational

ପରିବେଶ ସୁରକ୍ଷା

ପରିବେଶ ସୁରକ୍ଷା

1 min
403


ଫୁଙ୍ଗୁଳା ହୋଇ ପଡ଼ିଛି ଦେଖ

ଆମରି ପରିବେଶ 

ସତେ ଯେମିତି ଅନାଥ ଟିଏ 

ଏକାନ୍ତ କରେ ବାସ ।


ମୁହଁ ଖୋଲି ସେ କହି ପାରେନି

କେତେ ଦୁଃଖରେ ଅଛି 

ତଥାପି ତା'ର ସ୍ନେହ ପରଶେ 

ଲୁହ ଲହୁକୁ ପୋଛି ।


ହିତ ଅପେକ୍ଷା କଳୁଷିତ ଯେ 

ହେଲାଣି ପରିବେଶ 

ଶୁଦ୍ଧତା ନାହିଁ ଅମ୍ଳଜାନରେ

ଜୀବନ ହୁଏ ନାଶ ।


ଦିନକୁ ଦିନ ବଢି ଚାଲିଛି 

ଯାନ୍ତ୍ରିକ କାରଖାନା 

ତାହାରି ଯୋଗୁଁ ବାୟୁମଣ୍ଡଳ 

ଦୂଷିତ ଦିଶେ ଅନା ।


ପରିବେଶକୁ ସୁନ୍ଦର କରେ 

ସବୁଜ ଗଛ ବୃଛ 

କିଭଳି ଭଲା ସୁନ୍ଦର ହେବ 

ଗଛକୁ କଲେ ତୁଚ୍ଛ ।


ଗଛ ଅଭାବ ହେଉଛି ଆମ 

ଚାରି ପାଖରେ ଦେଖ 

ଦିଶୁନି ଆଉ କୁଆ କୋଇଲି 

ଶୁଆ ଶାରୀଙ୍କ ମୁଖ ।


ଟାଙ୍ଗରା ଭୂଇଁ ରହିଛି ଶୋଇ 

କୋହ ତା' ଚାପି ଧରି 

ଅଧା ଜୀବନ ଗଲାଣି ତା'ର 

ଛାଇକୁ ଝୁରି ଝୁରି ।


ଜୀବ ଜନ୍ତୁଙ୍କ ବାସ ସ୍ଥାନରେ

ହୁଅଇ ଅସୁବିଧା 

ପରିବେଶର ପତନ ପାଇଁ

ଉପୁଜେ ବହୁ ବାଧା ।

 

କର୍ମମୟ ଏ ଜଞ୍ଜାଳ ମଧ୍ୟୁ 

ପରିବେଶର ପାଇଁ 

ସମୟ କିଛି ଦେବା ସଭିଏଁ

ଆହେ ଭ‌ଉଣୀ ଭାଇ ।


ପରିବେଶକୁ ପ୍ରଦୂଷଣଠୁ 

କରିଲେ ଆମେ ରକ୍ଷା

ତେବେ ହିଁ ଯାଇ ପାଇବ ପୂର୍ଣ୍ଣ 

ପରିବେଶ ସୁରକ୍ଷା ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational