ହରର୍
ହରର୍
ହରର୍ ଲାଗୁଥିଲା ସେତେବେଳେ
ଯେତେବେଳେ ଥିଲା ଘେରା ଜଙ୍ଗଲ,
ଏବେ ତ ଜଙ୍ଗଲ ଉଠିଗଲାଣି
କାହୁଁ ପାଇବା ଆମେ ମଙ୍ଗଳ ।।
ପରିବର୍ତ୍ତନ ର ଯୁଗ ଆଜି ଅବତୀର୍ଣ୍ଣ
ପୁରାତନ ସମୟେ ବିତୁ ଥିଲା ଲୋକଙ୍କର ଭୟ,
ଜଣା ଥିଲାନି କିଏ କରୁଛି ଏ ହରର୍
ଏ ସମୟେ ହରର୍ ବାଦୀ ରହୁନାହାନ୍ତି ଧରି ଥୟ ।
ସେ ସମୟେ ଜନତା ହରର୍ ମଧ୍ୟରେ
ପେଶି ହେଉଥିଲେ କେଉଁ ଅଜଣା ସତ୍ତାର ହରର୍,
ଆଜି ନାହିଁ ସେ ଗୁଣୀ ଗାରେଡ଼ି,ନାହିଁ ଭୂତ ପ୍ରେତ
କିମ୍ପା ଲାଗୁଛି ପୁଣି ଏକ ଭିନ୍ନ ସ୍ୱାଦ ର ହରର୍ ।।
ଆତଙ୍କ ଖେଳାଉଛି ଆତଙ୍କବାଦୀ
ଦୋହଲି ଯାଉଛି ସେ ବଣ ରାଇଜ,
ଲୋକେ ହନ୍ତସନ୍ତ ମାନବ ଅସ୍ଥିର
ତ୍ରାହି ପାଉନାହିଁ ଜନ ସେଠି ଚାଲିଛି ମଉଜ।।
ନିଃସହାୟ,ଅସହାୟ,ଦୁସ୍ତ ମଣିଷର
ଜନ ମାନସରେ ଏ ହରର୍ ଏକ ବିଡମ୍ବନା,
ରାହା ପାଉନାହିଁ,ସାହା ପାଉନାହିଁ
କିପରି ହଟିବ ସୂତ୍ର ନାହିଁ ସମ୍ଭାବନା ।।
ଏକମାତ୍ର ଉପାୟ ଲୋଡା ଜନ ସଚେତନ
କାଟିବା,ଲୁଟିବା ଭଳି ଅମାନୁଷିକତା ସବୁ କଟିବ,
ଆଧୁନିକ ହରର୍ ମନୁଷ୍ୟକୃତ ହେଲେହେଁ
ମିଳିତ ଉଦ୍ୟମେ ଏ ବର୍ବରତା ନୀତି ତୁଟିବ ।।
ଧମକ ଚମକ,ଚାବୁକ୍,ବନ୍ଧୁକ ରେ ହରର୍ ପଣିଆ
ଥିଲା ଗୋରା ସାହେବଙ୍କ ଏ ଦିବ୍ୟ ଭୂଇଁରେ,
ହଟିଗଲା ତାହା ଆଉ ରହିଲାନି ଟିକେ
ଏସବୁ ସମ୍ଭବିଲା ଭାରତ ର ଏକତା ବଳରେ ।।