STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

କଳ୍ପନା

କଳ୍ପନା

1 min
222


କଳ୍ପନାଜଳ୍ପନା କେତେ

ଯେତେ ଯାହା ହେଲେ

ସିଦ୍ଧିକି ଲଭିବ କେବେ

ସାଧନା ନହେଲେ ?


କାହୁଁ ଆସଇ କଳ୍ପନା

କେ କହି ପାରିବ ?

ଆସୁଛି କେଉଁଠୁ ପୁଣି

କେଉଁଠିକି ଯିବ ?


କଳ୍ପନାର ସରହଦ

ସୀମୀତ ନୁହଁଇ ।

କାହୁଁ ଆସି କାହିଁ ଯାଏ

ଇୟତ୍ତା ତା ନାହିଁ।


କଳ୍ପନା ରାଇଜେ ଯଦି

ବୁଲେ ସଦା ମନ

କୌଣସି କଥାର

ନହୋଇବ ସମାଧାନ।


କଳ୍ପନା ରାଜ୍ୟରୁ ହଟି

ବାସ୍ତବକୁ ଆସ

ତେବେ ସିନା ବାସ୍ତବତା

ଲଭିବ ବିକାଶ ।


ବାସ୍ତବ ଚିତ୍ର ଆଗରେ

ହେବ ଉପସ୍ଥିତ

ଅବାସ୍ତବ କଳ୍ପନା

ହୋଇବ ପରାହତ।


କଳ୍ପନାକୁ ଅବାସ୍ତବ

ନ ଭାବିବ କେବେ

ଆସିବାରୁ କଳ୍ପନା

ବାସ୍ତବ ହେଲା ଏବେ।


ଅବାସ୍ତବ କଳ୍ପନାର

ମୂଳେ ଥାଏ କାଳ।

ନଜାଣଇ ପ୍ରାଣୀ

ନପାଏ ତା ଥଳକୂଳ।


କଳ୍ପନାର ଆଦି ଅନ୍ତ

ନମିଳିବ କାହିଁ

କାର୍ଯ୍ୟକାରଣ ସମ୍ପର୍କ

କଳ୍ପନାରେ ଥାଇ।


ସୁନ୍ଦର କଳ୍ପନା କର

ହୋଇବ ଉନ୍ନତ

କଳ୍ପନାର ପ୍ରଭାବ

ନହେବ ପରାହତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational