ମହାରାଣୀ
ମହାରାଣୀ
ମଗୁଶୀର ଆସେ ଥିରି ଥିରି
ସଜେଇ ପିନ୍ଧିଛି ଶୀତ ଶାକମ୍ବରୀ
ଦୂକୋଳ ବସନା କୂଳବଧୂ ଗୋରୀ
ନିତି ଭେଟ କରେ ଜୁହାରେ
ତୁଳସୀ ଚଉରା ମୂଳେ ଝୋଟିରେ
ଅକ୍ଷତ ଦୁବ ବରକୋଳି ପତ୍ର ଫୁଲରେ
ପୂଜାପାଠ ବନ୍ଦାପନା କରେ ।
ସିନ୍ଥିରେ ସିନ୍ଦୁର ଜଳେ ଦାଉଦାଉ
ପଣତ କାନିକୁ ମୁଣ୍ଡରେ ଓଢ଼େଇ
ମୁଦ୍ରିତ ନୟନେ ଗୁଣୁ ଗୁଣୁ କହି
ଶରଣାଗତ କିଂକରୀ
ମଙ୍ଗଳ ମନାସେ ଘର ପରିବାର
ନିର୍ଜଳା ବ୍ରତ ଉପବାସରେ ।
କପାଳ ପ୍ରଦେଶେ କେନ୍ଦ୍ରବିନ୍ଦୁ
ଝଟକୁଥାଏ ନାଲି ଟିକିଲି ଇନ୍ଦୁ
ସାକ୍ଷାତ ନାରାୟଣୀ ଠାକୁରାଣୀ
ବିପଦ ତ୍ରାସେ ଗ୍ରାସେ ଦର୍ଶନ ଚକ୍ଷୁ ।
କଜଳ କଳାରେ ଆଖି ଝଲମଲ ତା'ର
ନକାରାତ୍ମକ ଭାବନା ପାଇଁ ଲକ୍ଷଣଗାର
ସୁବିଚାର ସ୍ନେହ ଶ୍ରଦ୍ଧାର କରେ ବିକିରଣ
ବାରି ଦୁଆର ଘରଅଗଣା ସୁମରଣ ବିଚରଣ ।
ଜବା ଅଧର ଲାଗେ ମନୋହର ମୌସମୀ
ଆକର୍ଷଣ ନୁହଁ ଶାଶ୍ଵତ ପ୍ରେମ ବେଳାଭୂମୀ
ସ୍ନେହବୋଳା ବାକ୍ୟ ସ୍ଫୁରଣଗାମୀ
ପରକୁ ଆପଣାର ଚର୍ଚ୍ଚିତ ଚନ୍ଦନ
ବଇରୀକୁ ନାଶଫାସ ବନ୍ଧନ
ଫୁଲତୋଡ଼ା ହୋଇ ଚମକୁଥାଏ
ଏକତା ମନ୍ତ୍ରରେ ଭରଣ ରକ୍ଷଣ ପୋଷଣ ।
ନାକରେ ଗୁଣା ସଧବା ସଣ୍ଠଣା
କରୁଣା କାରିଣୀ ବ୍ୟଞ୍ଜନ ପ୍ରଦାୟିନୀ
କମଳା ବିମଳା ସୁବର୍ଣ୍ଣ ଚଟୁ ଧାରିଣୀ
ରୋଷେଇ ଘର ମାଆ ସାଆନ୍ତାଣୀ
ପେଟ ପିଠି ସବୁ ପରଖେ ନାକ ପୁଡ଼ାରେ
ସାକ୍ଷାତ ସତୀ ଅନ୍ନପୂର୍ଣ୍ଣ। ବରଦା ଦାୟିନୀ ।
କାନରେ ସୁବର୍ଣ୍ଣ ଝୁମୁକା ନାଇ
ଚାଲେ ନହକା ନହକା ସଖୀ କଣ୍ଢେଇ
ଗୁଣ୍ଡୁଣି ଶିରୋମଣୀ ବିବର୍ଣ୍ଣ।
ଭାବନାରେ ଅପର୍ଣ୍ଣା
ସମ୍ଭାବନାରେ ସୂପର୍ଣ୍ଣା
ବାଣ୍ଟୁଥାଏ ଖୁସି କଳି ତକରାଳେ ବସି
ଖାଣ୍ଟି ଘରଣୀ ଶିରୋମଣୀ ଅନ୍ନପୂର୍ଣ୍ଣ। ।
ବେକରେ କଣ୍ଠିହାର ଝୁଲୁଥାଏ
ଝୁଲ ନିତାଇ ଝୁଲ୍
ସମସ୍ୟାର ସମାହାର ଦୋଳିରେ
ଏପଟ ସେପଟ ଗୁଲ୍ ଗୁଲ୍
ଜଞ୍ଜାଳରେ ନିତି ଆଉଟୁ ପାଉଟୁ
ବାଣ୍ଟେ ସମାଧାନ ଚିକିତି ତଉଲ
ଆଶୁ ଅଦାଲତ କୁହୁକମୁଣା
ପିଲା ଝିଲାଙ୍କୁ ଧରି ସରଗ ଝୁଲଣା ।
କତୁରି ଦୁଇ ପଟ ଶଙ୍ଖଶଙ୍ଖା ଯୋଡିଏ
ଚମକୁ ଥାଏ ଚୁଡ଼ି ହାତରେ ଝଲସିଯାଏ
ଆବାଳ ବୃଦ୍ଧ ବନୀତା
ଜ୍ଞାତି କୁଟୁମ୍ବ ଆତ୍ମୀୟ ସ୍ୱଜନ
ତ୍ୟାଗ ସମର୍ପଣର ଟାଣ ବନ୍ଧନ
ଘରକୁ କରେ ପାରିଜାତ ଭୂବନ ।
ପାଦରେ ପାଉଁଜର
ରୁଣୁ ଝୁଣୁ ବାଜେଣି ନୁପୁର
ଖୁସି ବୁଣୁଥାଏ ଘରୁ ବାହାର
ଅଗଣା ଅମ୍ବର
ବୈକୁଣ୍ଠ ସମାନ କରେ ଘର
ଅନୁରୋଧ !
ନାରୀ ନୁହେଁ ସେ ନାରାୟଣୀ
ଗୃହଲକ୍ଷ୍ମୀ ବି ଜଗତକଲ୍ୟାଣୀ
କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ସେ
ମହାପାଟମହିଷୀ ସଂସ୍କାର ସଂସ୍କୃତିର
ଯୁଗେ ଯୁଗେ ମହାରାଣୀ ।