STORYMIRROR

ମୁକ୍ତିରାଣୀ ଦେବତା

Inspirational

4  

ମୁକ୍ତିରାଣୀ ଦେବତା

Inspirational

ମାନବିକତା ହିଁ ଶ୍ରେଷ୍ଠ ଧର୍ମ

ମାନବିକତା ହିଁ ଶ୍ରେଷ୍ଠ ଧର୍ମ

1 min
351


ହୃଦୟେ ବିରାଜୁ ଦୟା ଓ କ୍ଷମା 

ମନରେ ନ ରହୁ ସ୍ୱାର୍ଥଟି ଯମା 

ସ୍ନେହପ୍ରେମ ପ୍ରୀତି ବାଣ୍ଟିବା ସଦା 

ମୁଖେ ନ କରିବା କାହାରି ନିନ୍ଦା ।


ଶାନ୍ତି ଓ ମୈତ୍ରୀର ଭାବକୁ ନେଇ 

ପ୍ରେମର ସଙ୍ଗୀତ ଯିବାରେ ଗାଇ

ଈର୍ଷା ଦ୍ୱେଷ ଠାରୁ ରହିବା ଦୂରେ 

ମିଠା କଥା ପଦେ ମନକୁ ହରେ ।


ମୁଖେ ଶୋଭାପାଏ ନିର୍ମଳ ହସ 

ହୃଦୟକୁ କରେ କ୍ଷଣକେ ବଶ 

ମାନବିକତାକୁ ବ୍ରତ ଯେ ମାନି 

ସଂସାରେ ବନିବା ଆମେରେ ଦାନୀ ।


ଛଳ କପଟକୁ ନ କଲେ ତ୍ୟାଗ

ଆଜୀବନ ଦୁଃଖ କରିବା ଭୋଗ 

ମୋହମାୟା ଲୋଭ ଅଟଇ ପାପ

ମୁକ୍ତିର ମାର୍ଗ ଯେ ଈଶ୍ୱର ଜପ ।


ବିଶ୍ୱାସ କାହାର ଭାଙ୍ଗିବା ନାହିଁ 

ଅବିଶ୍ୱାସୀ ବନିଯିବାରେ କାହିଁ 

ଉତ୍ତମ ଚରିତ୍ର କଲେ ଗଠନ 

ଶୁଚିମନ୍ତ ହେବ କାୟ ଓ ମନ ।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational