ରକ୍ତଦାତା
ରକ୍ତଦାତା
ତୁମେ ରକ୍ତଦାତା ତୁମେ ଜନ୍ମ ଦାତା
ତୁମେ ହିଁ ଜୀବନ ଦାତା l
ତୁମେ ମାତା ପିତା ବନ୍ଧୁ ଭଗ୍ନୀ ଭ୍ରାତା
ଅମର ତୁମ ବନ୍ଧୁତା ll
ତୁମେ ଜାତି ଶ୍ରେଷ୍ଠ ତୁମେ ଧର୍ମ ଶ୍ରେଷ୍ଠ
ତୁମେ ବର୍ଣ୍ଣ ଶ୍ରେଷ୍ଠ ନର l
ତୁମେ ଲିଙ୍ଗ ଶ୍ରେଷ୍ଠ ତୁମେ ଭାଷା ଶ୍ରେଷ୍ଠ
ଶ୍ରେଷ୍ଠ ତୁମ ଏ ରୁଧିର ll
ତୁମ ରକ୍ତେ ଆଜି ମୁଁ ବଞ୍ଚି ପାରିଛି
ମୋ ପରି ତ ଚାରି ଜଣ l
ତୁମ ରକ୍ତେ ଆଜି ହସୁଛି ଦୁନିଆ
ସୁଝିବ କିଏବା ଋଣ ll
