STORYMIRROR

Nibedita Panda

Inspirational

4  

Nibedita Panda

Inspirational

ରକ୍ତଦାନ ମହାପୁଣ୍ୟ

ରକ୍ତଦାନ ମହାପୁଣ୍ୟ

1 min
12



ରକ୍ତର ବିକଳ୍ପ ଯେଣୁ କିଛି ନାହିଁ

   ତେଣୁ ଏହା ଶ୍ରେଷ୍ଠ ଦାନ,

ରକ୍ତ ଦାନ କଲେ ମାନବ ଜୀବନେ 

     ମିଳିଥାଏ ମହାପୁଣ୍ୟ 


ସେ ଦାନଠୁ ବଡ଼ ଦାନ କିଛି ନାହିଁ

   ଏଇ ସାରା ଦୁନିଆରେ ,

ରକତ ଦାନରେ ବଞ୍ଚଇ ଜୀବନ

   ହସେ ମାନବ ସଂସାରେ।


ରକ୍ତ ଅଭାବରେ ମରିଯାଏ ଜୀବ

     ଅନ୍ଧାର ହୁଏ ଦୁନିଆ,

ଶ୍ରେଷ୍ଠ ଦାନ ଦ୍ବାରା ଜୀବନର ରକ୍ଷା 

    କେତେ ଭାବ ଦିଆନିଆ।


ସମାନ ନୁହଁଇ ସଭିଙ୍କର ରକ୍ତ

    ଗ୍ରୁପ୍ ଥାଏ ଭିନ୍ନ ଭିନ୍ନ,

ସେବା କେନ୍ଦ୍ର ମଧ୍ୟେ ସରକାରୀ ଭାବେ

    ରକ୍ତ ଥାଏ ପରିପୂର୍ଣ୍ଣ।


ଅଦଳ ବଦଳ କରି ଦିଆଯାଏ

    ରୋଗୀ ଚିହ୍ନଟ ରକତ,

ଟଙ୍କା ଦେଇ କେବେ କିଣି ହୁଏ ନାହିଁ

    ରକ୍ତଦାନର ମହତ।

>

ରକ୍ତଦାନ କଲେ ରକ୍ତ ପରିଷ୍କାର

    ସୁସ୍ଥ ରୁହଇ ମଣିଷ,

ନୂଆ ରକ୍ତ ପୁଣି ହୋଇଥାଏ ସୃଷ୍ଟି 

   ରହେନା କୈାଣସି ଦୋଷ।


ରକ୍ତଦାତାଙ୍କର ବଦାନ୍ୟତା ପଣ

   ବଞ୍ଚାଏ କେତେ ଜୀବନ,

ନିଜେ ବଞ୍ଚି ସିଏ ବଞ୍ଚାଏ ଅନ୍ୟକୁ

   ରହେ ହୋଇ ମହୀୟାନ।


ମାନବ ସେବାରେ ବ୍ରତୀ ହୋଇ ସିଏ

    ଅର୍ଜି ଥାଏ ବହୁ ପୁଣ୍ୟ,

ମହାନ ଦାନରେ ଜୀବନ ତାହାର

    ହୋଇଯାଇଥାଏ ଧନ୍ୟ।


କର୍ମ ଭଗବାନ ପରିପୂରକୀୟ

    ଗୋଟେ ମୁଦ୍ରା ଦୁଇ ପାର୍ଶ୍ଵ,

କେହି କାହା ଠାରୁ ଅଲଗା ନୁହଁନ୍ତି

    କ୍ଷୀର ଓ ନୀର ସଦୃଶ।


କର୍ମ କଲେ ଭାଗ୍ୟ ଉଦୟ ହୁଅଇ

    ନ କରିଲେ ହତଭାଗ୍ୟ ,

ଭାଗ୍ୟରେ ଥିଲେ ବି ପ୍ରାପ୍ତ ହୁଏ ନାହିଁ

    କର୍ମଠ ହୁଅଇ ଯୋଗ୍ୟ।


  


Rate this content
Log in

Similar oriya poem from Inspirational