STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ରକ୍ଷାକର ପୀତାମ୍ବର

ରକ୍ଷାକର ପୀତାମ୍ବର

1 min
207

କିଏ ଯେ କାହାକୁ ଚିଠି ଦେଉଛନ୍ତି

ନିଘା ନାହିଁ ସେଠି ମୋର,

ସାମ୍ପ୍ରତିକ ଦୁଃଖ ଘୋର ତମସାରେ

ମୋ ଚିଠି ଗଲା ଶ୍ରୀମନ୍ଦିର,

ସ୍ଵାର୍ଥ ନାହିଁ କିଛି ମୋର,

ନାଲିଆ ନେଳିଆ ଲଫାପା ବି ନୁହେଁ

ସାଦା କାଗଜରେ ଅଳି ମୋହର।

ନିଶ୍ଚୟ ଦେବ ଉତ୍ତର।

ଅନାହାରେ ଏଠି କୋଳେ ଶିଶୁ ମରେ

ମାଆ ବି ନିସ୍ତେଜ ପ୍ରାୟ,

ପୁତ୍ର ମରିଯାଏ କେହି ତ ନ ଛୁଏଁ

ବିନା ସଂସ୍କାରରେ ଦାହ,

ଆଖିଆଗେ ପୁତ୍ର ସ୍ଵାମୀର ମରଣ

ସଧବା ଛାତିଏ ଅସରା କୋହ।

କହରେ କାଳିଆ କହ

ଏମିତିକା କରି କି ଲାଭ ପାଉଛୁ

ପାରୁଛୁକି ଧରି ଥୟ।

ଦଣ୍ଡିବା ଶକ୍ତି ତୋର ଅଛି ବୋଲି

ଜାଣିଛି ସାରା ଜଗତ,

କ୍ଷମା ଶବ୍ଦ କିବା ଉଭାନ ହେଲାଣି

ତ୍ରାହି ତ୍ରାହି ଡାକେ ଭକ୍ତ

ନିସ୍ତାର ହେ ସାଆନ୍ତ

ଚିଠି ପାଇ ମୋର ରଖିବୁ ଉତ୍ତର 

ଭକ୍ତକୁ ବି ରକ୍ଷାକର।

ରକ୍ଷାକର ପୀତାମ୍ବର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational