STORYMIRROR

Krishna Mishra

Fantasy

3  

Krishna Mishra

Fantasy

ରକ୍ଷାବନ୍ଧନ

ରକ୍ଷାବନ୍ଧନ

1 min
37


       ଶ୍ରାବଣର ଚଞ୍ଚଳ ଝରଣା 

      ରିମ୍ ଝିମ୍ ସଂଗୀତର ମୂର୍ଛନା 

     ଧରଣୀର ସାଜସଜ୍ଜା 

       ମେଘର ବାଇଦ ବାଜା.....

   ଧରଣୀ ବାନ୍ଧିବ ଜହ୍ନମାମୁଁ କୁ 

      ଇନ୍ଦ୍ରଧନୁର ରାକ୍ଷୀ 

   ଭଉଣୀଟି ସେ ଯେ ପ୍ରତୀକ୍ଷାରେ .....

       ଧରି ରାକ୍ଷୀ, ଭାଇ ଲାଖି।

  ହାତରେ ବାନ୍ଧିବ ରେଶମୀ ସୂତା,

       ମଥାରେ ହଳଦୀ, ଚନ୍ଦନ  

   ନାହିଁ ମନେ, ମାନ ଅଭିମାନ 

         ଆସିଛି ରକ୍ଷାବନ୍ଧନ ।

    ଲୋଡା ନାହିଁ ଟଙ୍କା, ଉପହାର କିଛି 

         ରକ୍ଷା କରିବାର କଥା 

    ପୂଜା ଥାଳି ଧରି ଚାହିଁଛି ପଥକୁ 

           ଲୁଚାଇ ଅନ୍ତର ବ୍ୟଥା .....

    ପ୍ରୀତିର ଡୋର ବନ୍ଧା 

         ଭାଇ ଭଉଣୀର ସମ୍ପର୍କ 

    ଚିରନ୍ତନ, ପବିତ୍ର 

          ସ୍ନେହର ଏ ସଂସାର ।

           

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy