ଵୃକ୍ଷ
ଵୃକ୍ଷ
ବୃକ୍ଷ ଟି ଏ କରି ଦିଅ ହେ ଜନମ
ତୁମରି ପାଶେ ମୋ ଗୁହାରି,
ସାତ ପିଢ଼ି ଙ୍କୁ ମୁଁ ଆହାର ଯୋଗାଇ
ମଣିବି ନିଜ କୁ ଧନ୍ୟ ।
ମୋ ଶାଖା ପ୍ରଶାଖା ହେବ ସାହା ବାସ
କୋଟି କୋଟି କୀଟ ପତଙ୍ଗ ଙ୍କ ର,
ମୋ ଫଳ ଫୁଲ ଖାଇ ହସିବ ଜୀବନ
ଏ ଧରା ପରେ ବଞ୍ଚି କରିଣ ।
ବୃକ୍ଷ ଟି ଏ କରି ଦିଅ ହେ ଜନମ
ତୁମରି ପାଶେ ମୋ ଗୁହାରି,
ଜନମ ଜନମ ମୋ ମଞ୍ଜି, ମୋ ଗଣ୍ଠି ରୁ
ଗଢ଼ୁ ଥିବ ନୂଆ ନୂଆ ଜୀବନ ।
ପରୋପକାର କରି ଲଭିବିନି ମୁଁ ଯେ
କେବେ ପ୍ରତି ଉପକାର ର ମନ,
ଦେଇ ଅମ୍ଳଜାନ ନେଇ ଅଙ୍ଗାରକାମ୍ଳ
ପ୍ରକୃତି କୁ ରଖିବି ସ୍ୱାସ୍ଥ୍ୟ ସୁନ୍ଦର ।
ବୃକ୍ଷ ହୋଇ ମୁହିଁ ପରୋପକାର କରେ
ମଣିଷ ଶିଖିବ ଏହି ,
କଷ୍ଟ ପରେ ମୁଁ ସହିବି ଶରୀରେ
ଖରା, ବର୍ଷା, ପୁଣି ଶୀତ ରେ
ନ ଦେବି କାହାକୁ କଷ୍ଟ ।
ଶିମିଳି, ଶାଳ କି ନିମ୍ବ ବୃକ୍ଷ କର
ଅଥବା ଦେବଦାରୁ, ଚନ୍ଦନ,ଓ ବଟବୃକ୍ଷ,
ଯେଉଁ ବୃକ୍ଷ ଟି ଏ କରି ଜନ୍ମା ହେ ସାଇଁ
ଦିଅ ମୋତେ ପରୋପକାର ର ହୃଦୟ ।