STORYMIRROR

Swarnalata Patnaik

Inspirational

3  

Swarnalata Patnaik

Inspirational

କୋରନା ଖାଇଲା ପାଠ

କୋରନା ଖାଇଲା ପାଠ

1 min
147


୨୦୨୦ ଫେବୃୟାରୀ ମାସ 

ଦ୍ଵିତୀୟ ସପ୍ତାହରେ ଆସିଲ,

କରିଦେଲ ସବୁ ଜନଙ୍କୁ କଲବଲ

କେଡ଼େ ଶ୍ରଦ୍ଧାରେ ପାଠ ପଢ଼ୁଥିଲେ

ପିଲା ଆସି ଇସ୍କୁଲ  ।

ସବୁ ପାଠ ଯାକ ତୁ କୋରନା ଖାଇଗଲୁ

ହୋଇଗଲା ବଡ଼ ମୁସ୍କିଲ,

ଅନ୍ ଲାଇନ୍ ରେ ପାଠ ପଢ଼ିବାକୁ 

ଗଭର୍ମେଣ୍ଟ ଦେଲା ଅର୍ଡର,

ଘରୁ ବାହାରିବା ସମସ୍ତଙ୍କ ପାଇଁ ହେଲା ମୁସ୍କିଲ ।

ଅନ୍ ଲାଇନ୍ ରେ ପାଠ କି ପଢ଼ିବେ ଛାତ୍ର ଛାତ୍ରୀ

ଖେଳିଲେ ଫ୍ରି ଫାୟାର,

ବାପା ମା ଯେବେ ତାଗିଦ କରିଲେ 

ହେଲେ ବାପା ମା ଙ୍କୁ ପିଲା ଦେଲେ ଫିଅର ।

ଅନ୍ ଲାଇନ୍ ରେ ପାଠ ପଢ଼ି ପଢ଼ି 

ପିଲା ଖାଲି ହେଲେ ପ୍ଲେୟର,

ସରକାରୀ ମାଷ୍ଟ୍ରେ ହେଲେ ମାଲା ମାଲ୍

ଫସିଗଲେ ପ୍ରାଇଭେଟ୍ ସ୍କୁଲର ଟିଚର ।

ଅଭିଭାବକଙ୍କୁ ପାଠ ଦରକାର 

ହେଲେ ପଇସା ନ ଦିଅନ୍ତି ରେଗୁଲାର,

ବିଚରା ଶିକ୍ଷକ କ'ଣ ଯେ କରିବ 

ତା'ର ଭବିଷ୍ୟତ ହୋଇଛି ଆଜି ଅନ୍ଧାର ।

କୋରନା ଆସିଲା ଖାଇଲା ପାଠ 

କରିଦେଲା ପିଲାଙ୍କୁ କରିଦେଲା ଅନ୍ ପଢ଼,

ବାହାରିଲେ କେତେ ଯେ ବୈଜ୍ଞାନିକ

ଆସିଗଲା କୋଭାକ୍ସିନ୍ ,ଆଉ ଫାଇଜର 

ଆସିଗଲା କୋଭାକ୍ସିନ୍ ଆଉ ଫାଇଜର,

କୋରନା ଆସିଲା କିଛି ଲୋକ ଖାଇଗଲେ 

ମାକ୍ସ ଆଉ ସାନିଟାଇଜର ,

ଖାଇଲେ ମାଡ଼ ,ଭରିଲେ ଫାଇନ୍ 

ପୋଲିସ ଭାଇ ଏଠାରେ ମାଜିଷ୍ଟ୍ରେଟର,

ଏଇଠି ରାଜନୀତି ହେଲା ,ହେଲା ହାଟ ବଜାର

ହେଲେ ବିଦ୍ୟା ଦାତା ଓ ଦାତ୍ରୀ ହେଲେ 

ଲକ୍ ଡାଉନ୍ ରେ ଗୁରୁତର।

ଇସ୍କୁଲ ଯେବେ ଖୋଲିଲା 

ପିଲାଙ୍କୁ ପାଠ ପଚାରିଲେ ଟିଚର,

ପାଠ କ'ଣ ଭାଇ ମନେ ରଖିଛନ୍ତି

ଦେଉଛନ୍ତି ଟିଚରଙ୍କୁ ପ୍ରେସର।

ଦୁନିଆ ଯାକର ମଦ ଭାଟି ଖୋଲା

 ଖୋଲା ଦୋକାନ ବଜାର,

ଇସ୍କୁଲ, ଟିଉଟରଲାଲ୍ ବନ୍ଦ ହୋଇଗଲା

ଯେଉଁଠି ଲୁଚି ଦେଖୁଥିଲା କୋରନାର ଫାଦର।

ପାଠ ନ ପଢ଼ି ପ୍ରମୋସନ ପାଇଲେ 

ଅ ରୁ ସିଧା ଯୁକ୍ତାକ୍ଷର,

ଡାକ୍ତର ପାଠ ବି ପଢ଼ିଲେ ଅନ୍ ଲାଇନ୍ ରେ

ଡାକ୍ତରି ଛାତର ।

କ'ଣ ଯେ ନ ଦେଖାଇଲା କୋରନା 

ଯାହା ଥିଲା ଆମ ସାତ ପୁରୁଷଙ୍କୁ ଅଗୋଚର,

ଦୟାକରି ବନ୍ଧୁ ଦୂରତା ରଖନ୍ତୁ

ପିନ୍ଧନ୍ତୁ ମାସ୍କ କର ବ୍ୟବହାର ସାନିଟାଇଜର ।

ନ ହେଲେ ଆମ ଶିଶୁ ମାନଙ୍କ 

ଭବିଷ୍ୟତ ହୋଇଯିବ ଅନ୍ଧକାର

ଶିଶୁ ମାନଙ୍କ ଭବିଷ୍ୟତ ହୋଇଯିବ ଅନ୍ଧକାର ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational