STORYMIRROR

Swarnalata Patnaik

Action

3  

Swarnalata Patnaik

Action

ଶୀତୁଆ ରାତି

ଶୀତୁଆ ରାତି

1 min
190


ଟୋପା ଟୋପା କାକରରେ

ବିଚ୍ ବଜାରରେ,

ଥୁଡ଼ୁଥୁଡ଼ି ଦେହ ସବୁ 

ଲୁଡ଼ୁ ଲୁଡ଼ା ବୁଢ଼ୀ ।


କାକରର କମ୍ପନରେ

ଶୀତୁଆ ରାତିରେ

ଡଷ୍ଟବିନ୍ ଅଣ୍ଡାଳି ଅଣ୍ଡାଳି,

ଫିଙ୍ଗା ଅଇଁଠା ପତର

ଦେଉଥିଲା ଚାଟି।


ବୁଲା କୁକୁରର ପ୍ରୀତି

ଦେହରେ ଘୋଷାଡ଼ି

ଶୀତୁଆ ରାତିର

ସେହି କମ୍ପାନ ପ୍ରହରରେ

ବୁଲା କୁକୁରକୁ ଦେଉଥିଲା ଘଡ଼ି।


ଏହି ପକ୍କା ଘର କମ୍ବଳରେ

ଶୀତୁଆ ରାତିଟି ,

ପ୍ରିୟାର ପଣତ ତଳେ ଉଷୁମ ତାତିରେ

ଇଂଲିଶ ମଦ ନିଶା ଶୀତୁଆ ରାତିରେ

ଯୌବନ ଯବନିକା ଶୀତୁଆ ରାତିରେ

ଦୃଶ୍ୟମାନ ହେଲା।


ଏଣେ କୁଆଁ କୁଆଁ ରାବ

ଅମରି ଝାଡ଼ିର କଅଁଳା ପିଲାର ରାବ,

ଶୁଭୁଛି ରଡ଼ି ରେ ଟୋପା ଟୋପା କାକର

ପଡ଼ିଛି ତା' ଦେହେ

ଜାରଜ ସନ୍ତାନ ପରା ଛାଡ଼ି ଅଛି କିଏ ?


ଫୁର୍ ତିଥି ରଡ଼ି ଛାଡ଼ି କୃଷକ ବାପୁଡ଼ା

କ୍ଷେତକୁ ଟାଣି ନେଉଛି

ଦୁଆ ଝିଙ୍କି ଛଡ଼ା

ଶୀତୁଆ ସକାଳଟିରେ 

ଥରଇ ବାଛୁରୀ ବିକଳ ପ୍ରାଣରେ

ମାଁ ଛାଡ଼େ ହମ୍ବା ରଡ଼ି।


କଅଁଳ କିରଣ ଶୀତୁଆ ସକାଳ

ସାଉଁ କିନା ଉଠିଗଲା ବେଳ,

ନାହିଁ ଆଉ ଆଗ ପରି କାଳ

ଗାଁ ଓ ସହର ମଧ୍ୟେ କେତେ ଅନ୍ତରାଳ 

କେତେ ଅନ୍ତରାଳ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action