STORYMIRROR

Swarnalata Patnaik

Others

4  

Swarnalata Patnaik

Others

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
408


କୋଉଠି ହଜିଗଲ ମୋ ଶ୍ରାବଣୀ

କାହିଁ ଶୁଭୁନାହିଁ ତୁମ ପାଦ ର ଘୁଙ୍ଗୁର,

କେତେ ଯେ ମଉନ ତୁମ ଚତୁଃପାର୍ଶ୍ଵ

କାହିଁ ଯାଇଛ ବୁଲି ଆମ ରାଇଜ ଛାଡ଼ି ।


ତୁମରି ଆଗମନେ ବ୍ୟାକୁଳ ମୋ ଚଷାଭାଇ

ଧାଇଁ ଧାଇଁ ଉଠିଥାଏ କେତେ ସହଳ ଯାଇ,

ଆଜି କାହୁଁ ହଜି ଯାଇଛ ମୋ ଶ୍ରାବଣୀ 

ତୁମକୁ ମନେ ପକାଇ ପକାଇ ଆଜି 

ମୁଁ ପାଲଟି ଯାଇଛି ପୂର୍ଣ୍ଣ ମରୁଭୂମି ସମ।


ଆସ ହେ ଶ୍ରାବଣୀ ମୋ ମନର ସବୁଜିମା

ତୁମ ବିନା ଆଜି ମୁଁ ଶୁଖିଲା ଶୁଖିଲା,

ଆସ ଛିଞ୍ଚି ଦିଅ ତୁମରି 

ଅସରା ଅସରା ଜୀବନ ବୁନ୍ଦା 

ପୁଲକିତ ହୋଇ ଉଠିବ ମୋ ଧରଣୀ ମାତା

ମନ୍ଦ ମନ୍ଦ ହସେ ବଞ୍ଚିବା ର ନିଶା।


କାହୁଁ ହଜିଗଲ ମୋ ଶ୍ରାବଣୀ, ରାଗିଣୀ

ଶୁଭୁନାହିଁ ତୁମ ବିଜୁଳି ର ନାଦ,

ବେଙ୍ଗ ବେଙ୍ଗୁଲି ର କେଁ କଟର ବି ନାହିଁ

ଚାଲି ଆସ ଚାଲି ଆସ ମୋ ଶ୍ରାବଣୀ ।


ଗାଇ ଜୟ ତୁମ ପଞ୍ଚ ରାଗ ର ରାଗିଣୀ

ଭରିଦିଅ ସବୁ ଜିମା ର ସ୍ପର୍ଶ

କୋଉଠି ହଜିଗଲ ମୋ ଶ୍ରାବଣୀ

କାହିଁ ଶୁଭୁନାହିଁ ତୁମ ପାଦ ର ଘୁଙ୍ଗୁର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍