STORYMIRROR

Swarnalata Patnaik

Inspirational

3  

Swarnalata Patnaik

Inspirational

ହେ ମହାନ ନେତାଜୀ

ହେ ମହାନ ନେତାଜୀ

1 min
164


ଓଡ଼ିଆ ମାଟିର ଗୈରବ ସୁପୁତ, 

ନେତାଜୀ ସୁଭାଷ ତୁମେ। 

ରକତ ମାଗିଲ, ସ୍ୱାଧୀନତା ଲାଗି ବୀର ସୈନିକ ହେ ତୁମେ। 

ଭାରତ ମାଟିରେ ସୁଯୋଗ୍ୟ ସନ୍ତାନ, ନେତାଜୀ ସୁବାଷ ତୁମେ। 

ବ୍ରିଟିଶ ମାନଙ୍କୁ, ଦମନ କରିଲ ଆଜାଦ୍ ହିନ୍ଦ୍ କୁ ଗଢି। 

ମାତା ପ୍ରଭାବତୀ ପିତା ଜାନକୀନାଥଙ୍କ ଭାଗ୍ୟର ପିତୁଳା ତୁମେ। 

ଜନମ ଦେଇଥିଲେ ତୁମକୁ କୋଳରେ ନବମ ସନ୍ତାନ ଭାବେ। 

ପାଞ୍ଚ ବର୍ଷ ଵୟସେ ଇଂରାଜୀ ପଢିଲେ, ଜ୍ଞାନୀ, ଗୁଣି ନାମେ ଜଣାସେ ହେଲେ। 

ଦେଶ ମାତୃକାର ଗୈରବ ମଣି ହେ, ଯୁଗପୁରୁଷ, ଵୀରନାୟକ ତୁମେ। 

ତୁମରି ତ୍ୟାଗ, ତୁମରି ଦକ୍ଷତା ଜନ ମନକୁ କରିଲା ମହ। 

ବହୁବାର ତୁମେ କାରାଗାରେ ବନ୍ଦୀ, ଦେଶ ମାତୃକାର ସ୍ୱାଧୀନତା ପାଇଁ। 

ଆଜାଦ୍ ହିନ୍ଦର ଆବାହକ ତୁମେ, ତୁମେ ହେ ଦେଲ ନାରା ଦିଲ୍ଲୀ ଚଲୋ। 

ହଜିଗଲ ତୁମେ ହଠାତ୍ ଏ ମାଟିରୁ, ଆଶ୍ଚର୍ଯ୍ୟ ଏ ମାଟିବାସୀଙ୍କୁ କରି। 

ତୁମରି ଜୟଗାଥା, ତୁମରି ଗୈରବ ଯୁଗେ ଯୁଗେ ସ୍ମରଣୀୟ, ଯୁଗେ ଯୁଗେ ସ୍ମରଣୀୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational