Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swarnalata Patnaik

Others

4  

Swarnalata Patnaik

Others

ପାର୍ବଣ

ପାର୍ବଣ

1 min
306



ବର୍ଷା ଗୋ ଆଜି    ତୁମ ଆଗମନେ

     ମେଘ ମୁକୁଳା ମୁକୁଳା

ଘନ ବାଦଲର    କଳା ମୁକୁଟରେ

    ସଜାତୁମ ମେଘ ମାଳା l


ସାଥିରେ ତୁମର   ଆଷାଢ଼, ଶ୍ରାବଣ

    ଭାଦ୍ରବ ବି ଆସିଥାନ୍ତି

ଧରଣୀ ରାଣୀ କୁ   ଶସ୍ୟ ଶ୍ୟାମଳା ଓ

    ସବୁଜରେ ଭରି ଦ୍ଵନ୍ତି l


ଆଷାଢ଼ ସହିତ    ରଥ ଯାତରା ବି

    ତୁମର ସାଥି ଅଟନ୍ତି

ଝିପି ଝିପି ବର୍ଷି   କାଳିଆ ବଦନ

   ଦି ଗୁଣ ଶୋଭା ବଢ଼ାନ୍ତି l


ଶ୍ରାବଣ ମାସରେ   ବୋଲବମ ସାଥିରେ

    ଭୋଳା ଙ୍କୁ ଦର୍ଶନ କର

ପାଦେ ଚାଲି ଭକ୍ତ   କାଉଡିରେ ପାଣି

    ଢାଳନ୍ତି ଶିବ ମଥାର l


ଭାଦ୍ରବ ମାସରେ ଶ୍ରୀ ଗଣେଶ ଙ୍କର

  ପୂଜା ହୋଇଥାଏ ଜାଣ

ଶ୍ରୀକୃଷ୍ଣ ଙ୍କ ଜନ୍ମ   ଓ ରକ୍ଷା ବନ୍ଧନ

   ବଳଭଦ୍ର ଙ୍କର ଜନ୍ମ l


ନାନା ପର୍ବ ଆଣୁ  ସାଥିରେ ତୋହର

   ଧରିତ୍ରୀ ମା ଦିଏ ଚାରା

କୃଷକ ର ମନ   ଆନନ୍ଦେ ନାଚଇ

   ଜମି ତା ଶସ୍ୟ ଶ୍ୟାମଳା  ।


Rate this content
Log in