STORYMIRROR

Kishore Nayak

Children

3  

Kishore Nayak

Children

ରଖିଯିବା ଯଶ

ରଖିଯିବା ଯଶ

1 min
26


କୁନି କୁନି ପିଲା ସବୁ 

        ମେଳ ହେବା ଆସ 

ବଡ଼ ହୋଇ ଏ ସଂସାରେ 

          ରଖିଯିବା ଯଶ ll

ଫୁଲ ପରି ଭରି ଦେବା 

         ସୁବାସିତ ମହକ 

ଜଳ ସମ ତୃଷା ନାଶି 

       ଆଣିଦେବା ପୁଲକ ll

ସୂର୍ଯ୍ୟ ସମ ବିଛାଇବା 

        ଆଲୋକର ଧାରା 

ନାଶିବା ଅନ୍ଧାର, ହୋଇ 

        ଆକାଶର ତାରା ll

ଚନ୍ଦ୍ର ସମ ଢାଳିଦେବା 

       ସୁଶୀତଳ ଜ୍ୟୋସ୍ନା 

ହଟାଇବା ଜୀବନରୁ 

         ଅଜ୍ଞାନର ତୃଷ୍ନା ll

ବାୟୁ ସମ ଆଣିଦେବା 

       ପ୍ରାଣେ ଶୀତଳତା 

ଦୁରେଇବା ରାଗ ହିଂସା 

         ରଖି ନୀରବତା ll

ବୃକ୍ଷ ସମ ଫଳ ଦାନେ 

        ବଞ୍ଚାଇବା ପ୍ରାଣ 

ତା' ଶୀତଳ ଛାଇ ପରି 

        ଶାନ୍ତ ସମୀରଣ ll

ଏ ଜୀବନ ଅଟେ ପରା 

        ଈଶ୍ୱରଙ୍କ ଦାନ 

ମାନବ ସେବାରେ ଧନ୍ୟ 

        କରିବା ଜୀବନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children