STORYMIRROR

Niranjan Mishra

Inspirational Children

4  

Niranjan Mishra

Inspirational Children

ରଖିବା ତାର ମାନ

ରଖିବା ତାର ମାନ

1 min
353


ଭାରତ ଆମ ଜନମ ଭୂଇଁ

ସିଏ ଆମର ମାଆ।

ତାହାରି କୋଳେ ବଢିଲେ ଆମେ

ପାଇ ତା ପାଣି ବାଆ ।୧।

ତାହାରି ମାଟି ସବୁଜ କ୍ଷେତ

ଆମକୁ ଦେଲା ଶସ୍ୟ ।

ଜୀବନ ଆମ ରକ୍ଷା ହୋଇଲା

ଲଭିଲେ ଆମେ ତୋଷ ।୨।

ଜନମ ଭୂଇଁ କରମ ଭୂଇଁ

ଆମର ହେଲା ସିଏ ।

ଶାନ୍ତି ମୈତ୍ରୀର ବାରତା ଦେଇ

ସିଏ କୋଳେଇ ନିଏ ।୩।

ତାହାର କୋଟି ସନ୍ତାନ ଆମେ

ତାହାରି କୋଳେ ରହି

ହୋଇଲେ ବଡ କେତେ କଷଣ

ସହିଛି ଆମ ପାଇଁ । ୪।

ବିଦେଶୀ ଆସି ଶୋଷଣ କଲେ

ଥିଲା ସେ ପରାଧୀନ

କେତେ କଷ୍ଟରେ ବିଦେଶୀ ଗଲେ

ଦେଶ ହେଲା ସ୍ବାଧୀନ ।୫।

ତ୍ରିରଙ୍ଗା ତାର ଜାତୀୟ ନେତ

ତାହାରି ତଳେ ରହି

ଶପଥ ନେବା ସଭିଏଁ ଆମେ

ଆସ ଭଉଣୀ ଭାଇ।୬।

ସୁରକ୍ଷା ତାର କରିବା ପାଇଁ

ରହିବା ତତପର ।

ସେତିକି କଲେ ତା ପାଇଁ ଆଉ

ନ ଥିବ କିଛି ଡର ।୭।

ଆମରି ଟେକ ଆମ ତ୍ରିରଙ୍ଗା

ଆମେ ସରବେ ତାର ।

ଗଉରବ ସେ ବହନ କରେ

ଉଡଇ ଫର ଫର ।୮।

ଶାନ୍ତି ମଇତ୍ରୀ ଶୌର୍ଯ୍ୟ ଧୈର୍ଯ୍ଯର

ବାରତା ସଦା ଦିଏ ।

ଭାରତ ସାରା ଗୋଟିଏ ଜାତି

ଜାତୀୟତା ତା କହେ ।୯।

ଅମୃତମୟ ମହୋତ୍ସବରେ

ସରବେ କର ପଣ

ଜାତୀୟତାରେ ଉଦବୁଦ୍ଧ ହୋଇ

ରଖିବା ତାର ମାନ ।୧୦।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational