STORYMIRROR

Subhakanta Sahu

Tragedy

2  

Subhakanta Sahu

Tragedy

ରଖ ନିଜ ସ୍ୱାଭିମାନ

ରଖ ନିଜ ସ୍ୱାଭିମାନ

1 min
14K


କନ୍ଧମାଳରେ ଦଙ୍ଗା-ପୋଡ଼ି

ଅଠର ଜିଲ୍ଲାରେ ବନ୍ୟା,

ଓଡିଶା ରାଇଜ ହତଶିରୀ ହୁଏ

ଭାଗ୍ୟର କି ବିଡ଼ମ୍ଵନା !

ଏପାଖେ ଗୁଳିର ଢୋ ଢୋ ଶବ୍ଦ

ଛାତ ଚାଳେ ନାଚେ ନିଆଁ,

ସେପାଖେ ଜଳର ଘୋ ଘୋ ନିନାଦ

ବନ୍ୟା ମାଡ଼େ ବିଲ ଗାଁ l

ବିବସନା କରେ ଆତଙ୍କ ଏଇଠି

ଉଦରୁ ଛଡ଼ାଇ ଆହାର,

ଦିନରାତି କିଏ ଓପାସ ଅନିଦ୍ରା

ଲାଜବାସ ନାହିଁ କାହାର।

ଆଜି ଆମଠାଇଁ ଲୋଡ଼ା ଖାଲି ଟିକେ

ବିଭୁ ଦତ୍ତ ମାନବିକତା,

ଧର୍ମ ଉର୍ଦ୍ଧ୍ୱରେ ରାଜନୀତି ଦୂରେ

ସାହାଯ୍ୟର ମାନସିକତା।

ହୋଇତ ଯିବାନି ଦୀନହୀନ କେହି

କରିଦେଲେ କିଛି ଦାନ,

ସମବେଦନାର ଲୁହ ଟୋପେ ଢାଳି

ରଖ ନିଜ ସ୍ୱାଭିମାନ।

ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ

ପୋଲସରା, ଗଂଜାମ।

ମୋ:୯୦୪୦୩୨୦୧୮୬


Rate this content
Log in

Similar oriya poem from Tragedy