STORYMIRROR

Sushantkumar Pradhan

Inspirational

2  

Sushantkumar Pradhan

Inspirational

ରଜପାଇଁହୁଅସଜ

ରଜପାଇଁହୁଅସଜ

1 min
13.3K



ସଜ ହୋଇ ରଜ ପହିଲି ଆଷାଢେ

ମଉସୁମୀ ସାଥେ ଧରି

ଉତ୍କଳର ଗଣ ପରବ ଭାବରେ

ଆସେ ଉନ୍ମାଦନା ଭରି ।।

ଆସଲୋ ବଉଳ ଆସଲୋ ମକର

ବେଗ ହୁଅ ସଜବାଜ

ତିନି ଦିନ ଧରି ପାଳନ ହେବଲୋ

କରିବା ରଜ ମଉଜ ।।

ଜାଣିଛୁ କି ନାଇଁ ଏ ତିନି ଦିନର

ରହିଛି କେତେ ମାହତ୍ମ୍ୟ

ପ୍ରଥମେ ପହିଲି ଦିତ୍ୱୀୟେ ସଂକ୍ରାନ୍ତି

ତୃତୀୟ ଦିନ ରହସ୍ୟ ।।

ତୃତୀୟ ଦିନରେ ଭୂମି ଦଳନ ଲୋ

ଛୁଇଁବା ତାହାକୁ ମନା

ରଜସ୍ୱଳା ବସୁମତୀ କରି ସ୍ନାନ

ହୁଅଇ ନିତ୍ୟ ନୂତନା ।।

ହୋଇବ ସୁବେଶ ବିସ୍ତାରିବ କାୟା

ପାକସ୍ଷର୍ଶା ବସୁନ୍ଧରା

ଆନନ୍ଦେ ଅଧୀରା ସୃଜିବାକୁ ପରା

ସବୁଜିମାର ପସରା ।।

ସେଥିପାଇଁ ପରା ଓଡିଆ ପାଳୁଛି

ମାନି ତାର ପରଂପରା

ରଜ ଆସିଲାଣି ଆନନ୍ଦ ଉଲ୍ଲାସେ

ମାନୁନି ବରଷା ଖରା ।।

ନବ ବସ୍ତ୍ର ପାଇଁ ଚଳଚଂଚଳ ଲୋ

ବଜାରରେ ମାଳମାଳ

ପୋଷାକ ସାଥିରେ କିଣନ୍ତି ସଭିଏଁ

ନାନା ଜାତି ଫଳ ମୂଳ ।।


ପାଳିବାକୁ ରଜ ହେଲେଣି ସଜ ଲୋ

ଗାଁଆର ନବ କିଶୋରୀ

ପିଠାପଣା ପାଇଁ ଯୋଗାଡ କରନ୍ତି

ଆନନ୍ଦ ମନରେ ଭରି ।।

ରାଗଋଷା ଭୁଲି ହସ ଖିଲି ଖିଲି

ରଜ ପାନେ ଓଠ ନାଲି

ମନ ଆନନ୍ଦରେ ଗୀତ ଗାଉଛନ୍ତି

ଝୁଲଣ ଦୋଳିରେ ଝୁଲି ।।

ଭାବରେ ଭାବରେ ମନ ଆନନ୍ଦରେ

ବନ୍ଧୁ ସଂଖୋଳିବା ଧାରା

ଓଡିଆ ଜାତିର ସ୍ୱତନ୍ତ୍ର ସଂସ୍କୃତି

ଅନନ୍ୟ ଏ ପରଂପରା ।।

ଘରେ ଘରେ ପିଠାପଣାର ଆସର

ସ୍ୱାଦିଷ୍ଟ ହୁଏ ପରସା

ଗାଁଆ ଚାଷୀ ପୁଅ ଅନେଇ ରହିଛି

ସାଇତି ଅନେକ ଆଶା ।।

ଭେଦ ଭାବ ଭୁଲି ସଭିଏଁ ଏକାଠି

ଆସରେ ପାଳିବା ରଜ

ଉତ୍କଳୀୟ ଭାବ କରନା ଅଭାବ

ରଜ ପାଇଁ ହୁଅ ସଜ ।।


ସୁଶାନ୍ତ ପ୍ରଧାନ

ବଂଧହୁଡା

ନରସିଂହପୁର କଟକ


Rate this content
Log in

Similar oriya poem from Inspirational