STORYMIRROR

Sagarika Dash

Romance

3  

Sagarika Dash

Romance

ରଜନୀଗନ୍ଧା

ରଜନୀଗନ୍ଧା

1 min
24


ହୃଦୟର ଏକ ନିଭୃତ କୋଣରୁ,ଦେଖିନିଅ ଥରେ 

      ସାଜସଜ୍ଜା ସେଇ ମୃଗୁଣୀ ନୟନରେ ।


ନିର୍ଜୀବ ପଦାର୍ଥ ପରି ପଡ଼ିରହିଛି,

     ଆସିବ କେବେ ପ୍ରିୟତମା, ବାସ୍ନା ର ସେଇ ବୋଦ୍ଧରେ।


ତୀର ପରାଏ କ୍ଷୀପ୍ର ନଜର , ପ୍ରତିଧ୍ୱନୀ କରେ ବକ୍ଷରେ।

      

        ଅଧର କମ୍ପନ ହୃଦୟ ବିଦାରଣ , ପାଇବାକୁ ତୁମ ସ୍ପର୍ଶରେ।


     ଏକ ରାତ୍ର ପାଇଁ ହେବ ମୋ ସଙ୍ଗିନୀ, ରଜନୀଗନ୍ଧା ଶେଯରେ।


      ପ୍ରେମିକ ପ୍ରବୀଣ ପାଗଳ ଭ୍ରମର ,ଖୋଜେ ତୁମକୁ ତରୁଲତା ତମାଳରେ ।!!! 


      ହେ! ମୋର ପ୍ରିୟତମା ହୃଦୟ

ବିଛିନ୍ନ କର ନାହିଁ।

         କଟାକ୍ଷ ତୁମ ଚକ୍ଷୁରେ।

ନୀରକୁ ବର୍ଜନ କରିଛି ପ୍ରିୟେ।

       

        ମେଣ୍ଟାଇବ ମୋ ଶୋଷ।

ନିଦ୍ରା କୁ ତ୍ୟାଗ କରିଛି ସଙ୍ଗିନୀ


ହେବ ତୁମେ ମୋର ତୋଷ ।


       କର ନାହିଁ ଡେରି ମନ ମୋର 

ଭାରି,ଅପେକ୍ଷାର ବହ୍ନିରେ ।  

      ତୁମ ଛାତି ତଳେ ବିସ୍ଫୋରଣ ହୋଇ ପ୍ରତିଧ୍ୱନୀ ଆଙ୍କିବା ରେ।


କେଉଁଠି ଲୁଚିଛ ଦୁନିଆଁ ର ଏଇ ଭିଡ଼ରେ

         ଶାନ୍ତି ଟିକିଏ ପାଇବି ମୁହିଁ

ଶୋଇଗଲେ ତୁମ କୋଳରେ ।


       ହେ ! ମୋର ପ୍ରିୟତମା

ଦୋଷ ମୋର କର କ୍ଷମା 

     ମନକୁ ବୁଝାଇ ପାରୁନି ସଙ୍ଗିନୀ

ପାଗଳ ଆଜି ମୁଁ ତୁମ ପ୍ରେମରେ ।


      ପୂର୍ଣ୍ଣମୀ ର ଜନ୍ହ ଉଇଁ ଆସୁଅଛି

କାନେ କିଛି କହିବାକୁ।

    ‌‌ଧର୍ଯ୍ୟ ନାହିଁ ଆଉ ଅଧର୍ଯ୍ୟ ପରାଏ କୁହ ନାହିଁ ସହିବାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance