ପୁନଃର୍ମିଳନ
ପୁନଃର୍ମିଳନ
ପ୍ରଥମ ଦେଖାରେ
କଲେଜ ଛକରେ
ଆଖିରେ ଠାରିଥିଲି
ପଠେଇଥିଲି ସବୁଜ ସଙ୍କେତ
ଦ୍ୱିତୀୟ ଦେଖାରେ
ସିନେମା ହଲରେ
ଓଠ କାମୁଡିଲି
ସରାଗରେ ବସିଥିଲେ ମୀତ
ତୃତୀୟ ଦେଖାରେ
ସେହି ବଉଳ କୁଞ୍ଜରେ
ପ୍ରୀତି ପରଶ ପାଇଥିଲି
ସାକ୍ଷୀ ମଗୁଶୀର ଶୀତ
ସେହି ପ୍ରଥମ ପ୍ରେମର ଛୁଆଁ
ମନେ ପଡ଼ିଗଲେ ଆଜି
ଲାଗେ ଭାରି ଛାନିଆଁ
ଶୀତୁଆ ସଞ୍ଜଟା
ହେମାଳିଆ ଖଞ୍ଜଟା
ସଂଗେ ସଂଗେ ଗରମ ମସଲା ଲଗା
ତନ୍ଦୁରି ବିରିୟାନୀ ପରି ବାସେ ସୁଆଦିଆ ।
ସମୟ ସୁଅରେ ଭାସି ଭାସି ଦୁହେଁ
ଭିନ୍ନ ଭୂମିକାରେ ଅବତରି
ଅଭିନୟ କରୁଛେ ଧୂଆଁ
ଖଣ୍ଡିଆ ଭୂତ ପରି
ଘୁରି ବୁଲୁ ବୁଲୁ
ଅସ୍ଥିର ଅନ୍ତର ତଳେ ଜଳେ
ହୁତୁ ହୁତୁ ନିଆଁ ।
କହିବାର କିଛି ନାହିଁ
କେବଳ ମନ ତଳେ ଶୂନ୍ୟତା ଖାଇ
ନିଝୁମ ରାତିର ନିରୋଳା ମେଳ
ନିରୀହ ନାଭିରେ ଲାଜୁଆ ହିଲ୍ଲୋଳ
ଲଙ୍ଗଳା ଛାତି ସହ ଛାତିର ଖେଳ ଯାହା ନାହିଁ
ଅଭିଶପ୍ତ ଗନ୍ଧର୍ବ ପରି
କାଳରାତ୍ରି ପରେ ରାତ୍ରୀ ଯାଉଛି ସରି
ଦେଖା ନ ହେଉ ପୁଣି ଥରେ
ଭାବନାରେ ପୁନଃର୍ମିଳନ ହେଉଥାଉ
ସ୍ୱର୍ଣ୍ଣିମ ଅତୀତ ତୀରେ ।

