STORYMIRROR

Panchanan Jena

Romance

4  

Panchanan Jena

Romance

ପୁନଃର୍ମିଳନ

ପୁନଃର୍ମିଳନ

1 min
359


ପ୍ରଥମ ଦେଖାରେ

କଲେଜ ଛକରେ

ଆଖିରେ ଠାରିଥିଲି 

ପଠେଇଥିଲି ସବୁଜ ସଙ୍କେତ 


ଦ୍ୱିତୀୟ ଦେଖାରେ

ସିନେମା ହଲରେ

ଓଠ କାମୁଡିଲି

ସରାଗରେ ବସିଥିଲେ ମୀତ 


ତୃତୀୟ ଦେଖାରେ

ସେହି ବଉଳ କୁଞ୍ଜରେ

ପ୍ରୀତି ପରଶ ପାଇଥିଲି 

ସାକ୍ଷୀ ମଗୁଶୀର ଶୀତ 


ସେହି ପ୍ରଥମ ପ୍ରେମର ଛୁଆଁ

ମନେ ପଡ଼ିଗଲେ ଆଜି

ଲାଗେ ଭାରି ଛାନିଆଁ

ଶୀତୁଆ ସଞ୍ଜଟା 

ହେମାଳିଆ ଖଞ୍ଜଟା

ସଂଗେ ସଂଗେ ଗରମ ମସଲା ଲଗା

ତନ୍ଦୁରି ବିରିୟାନୀ ପରି ବାସେ ସୁଆଦିଆ ।


ସମୟ ସୁଅରେ ଭାସି ଭାସି ଦୁହେଁ

ଭିନ୍ନ ଭୂମିକାରେ ଅବତରି

ଅଭିନୟ କରୁଛେ ଧୂଆଁ

ଖଣ୍ଡିଆ ଭୂତ ପରି 

ଘୁରି ବୁଲୁ ବୁଲୁ

ଅସ୍ଥିର ଅନ୍ତର ତଳେ ଜଳେ

 ହୁତୁ ହୁତୁ ନିଆଁ ।


କହିବାର କିଛି ନାହିଁ

କେବଳ ମନ ତଳେ ଶୂନ୍ୟତା ଖାଇ

ନିଝୁମ ରାତିର ନିରୋଳା ମେଳ

ନିରୀହ ନାଭିରେ ଲାଜୁଆ ହିଲ୍ଲୋଳ

ଲଙ୍ଗଳା ଛାତି ସହ ଛାତିର ଖେଳ ଯାହା ନାହିଁ 


ଅଭିଶପ୍ତ ଗନ୍ଧର୍ବ ପରି

କାଳରାତ୍ରି ପରେ ରାତ୍ରୀ ଯାଉଛି ସରି

ଦେଖା ନ ହେଉ ପୁଣି ଥରେ

ଭାବନାରେ ପୁନଃର୍ମିଳନ ହେଉଥାଉ

ସ୍ୱର୍ଣ୍ଣିମ ଅତୀତ ତୀରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance