STORYMIRROR

Pankajini Upadhaya

Children Inspirational

3  

Pankajini Upadhaya

Children Inspirational

ରଜନୀ ନ ଥିଲେ ଦିବସ କାହିଁ

ରଜନୀ ନ ଥିଲେ ଦିବସ କାହିଁ

1 min
13.9K


ରଜନୀ ନ ଥିଲେ ଦିବସ କାହିଁ

ଆଲୋକ ନ ଥିଲେ ଅନ୍ଧାର ନାହିଁ।

କାନ୍ଦିବା ନ ଥିଲେ ହସ ବା କାହିଁ

ଦୁଃଖ ନ ଥିଲେ ସୁଖ ତ ନାହିଁ।

ମନ୍ଦ ନ ଥିଲେ ଭଲ ବା କାହିଁ

ମୃତ୍ୟୁ ନ ଥିଲେ ଜୀବନ ନାହିଁ।

ଅସ୍ତ ନ ଥିଲେ ଉଦୟ କାହିଁ

ଦୂର୍ଭାଗ୍ଯ ନ ଥିଲେ ସୌଭାଗ୍ଯ ନାହିଁ।

ବିପରୀତ ଧର୍ମୀ କ୍ରିୟା ପ୍ରତିକ୍ରିୟା

ଜୀବନ ରାସ୍ତାର ପଥେ

ଭାଙ୍ଗିବାନି ଦୁଃଖେ ଉତ୍ଫୁଲୀତ ସୁଖେ

ସମଭାବାପନ୍ନ ସାଥେ।

କୁହୁଡି କାକର ଭିଜା ଏ ସକାଳ

ବର୍ଷା ବିନ୍ଦୁର ଝଲକ

କାଳିଆ ଭଜନ ଶୁଭୁଛି ଦୂରରୁ

ଭକ୍ତିଭରା ଏ ମୂଲକ ।

ଜଳେ ଶ୍ବେତକଇଁ ଶୋଭେଶୋଭାମୟୀ

ସତେ ତାରାଭରା ଜଳ

ଉଜ୍ବଳ ଆଲୋକ ପରି ପ୍ରଭାଲୋକ

ବିଞ୍ଚଇ ମହୀର ତଳ।

ପ୍ରଭାବିତ ହେବା ପ୍ରଭାର ଆଲୋକେ

ଜୀବନ ପ୍ରବାହ ପରେ

ଆଲୋକ ବର୍ତ୍ତିକା ଜାଳି ଜାଳି ଯିବା

ବାଧାଭରା ଜୀବନରେ।

ବିପରୀତ ଧର୍ମୀ ଜୀବନର ଗତି

ସକାରାତ୍ମକ ଚିନ୍ତନ

ଚିନ୍ତା ଚେତନାକୁ ଜାଗ୍ରତ କରିବା

ସର୍ବେ ହୋଇ ଏକମନ।

କାମନା ବିନାଶେ ଦୁଃଖ ବିନାଶିବା

ରଖିବା ସତ୍ଯରେ ଲୟ

ବିଭୁ ମନ୍ତ୍ର ଧ୍ବନି କରି ଉଚ୍ଚାରଣ

ଭକ୍ତିରେ ହୋଇ ତନ୍ମୟ।

ସମୟର ଘଣ୍ଟି ବାଜିଲାଣି ବନ୍ଧୁ

ସୂଚନା ଏ ବାରମ୍ବାର

ମନ୍ଦିରର ଘଣ୍ଟି ପବିତ୍ର ସେ ଶୃତି

କର୍ଣ୍ଣଭେଦେ ତା'ର ସ୍ବର।

ରବିବାର ବାସ ଭାଲୁକୁଣୀ ବାସ

ଝିଅ ମାନଙ୍କର ବ୍ରତ

ଫୁଲ ତୋଳି ସାରି ଗୃହ ଅଭିମୁଖେ

ଫେରିଲେଣି ଅବଗତ।

ସରିଲା ସରିଲା ପ୍ରଭାତ ବନ୍ଦନ

କାମରେ ହେବା ଜାଗ୍ରତ

ହୃଦୟ ଆନନ୍ଦେ ଉତ୍ଫୁଲିତ ଚିତ୍ତେ

କାମ କରିଯିବା ସତ।

ପଙ୍କଜିନୀ ଉପାଧ୍ଯାୟ ( ମିତା )

ଅରଙ୍ଗାବାଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children