Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ananga Patel

Abstract Others

4  

Ananga Patel

Abstract Others

ରଜ

ରଜ

1 min
331



ମିଥୁନ ସଂକ୍ରାନ୍ତି ଆଗମନ ଜାଣି

  ଧରା ହୁଏ ରଜବତୀ l

ଶସ୍ୟ ଶ୍ୟାମଳାରେ ପରିପୂର୍ଣା ହେବେ

  ପୂଣ୍ୟ ମାତା ଏ ଧରିତ୍ରୀ l

ଓଡ଼ିଆ ଜାତିର ପ୍ରତି ପରିବାରେ

  ପାଳନ୍ତି ଏହି ପରବ l

ପ୍ରତି ପରିବାରେ ଖେଳଇ ଆନନ୍ଦ

   ଜାଗଇ ପ୍ରେମର ଭାବ l

ରଜ ପରବ ଟି ଆସିଗଲେ ଚାଷୀ

  ମନରେ ଫୁଟଇ ହସ l

ସାରା ବରଷ ଟି କଟିବ ଭଲରେ

   ହୋଇଗଲେ ଭଲ ଚାଷ l

ବରଷକେ ଥରେ ଆଷାଢ଼ ମାସରେ

  ଆସଇ ରଜ ପରବ l

ଏହି ପରବରେ ଛୁଆ ଠାରୁ ବୁଢା

  କରନ୍ତି ସର୍ବେ ମଉଜ l

ବନ୍ଧୁ ଙ୍କ ସହିତ ବନ୍ଧୁର ମିଳନ

  ହୁଏ ରଜ ପାନ ଖାଇ l

ନାତୁଣୀ କହଇ ପାନ ବରଜକୁ

  ବୁଲିଯିବା ଚାଲ ଆଈ l

କୁଆଁରୀଙ୍କ ମନ ହୁଅଇ ଉଚ୍ଛନ୍ନ

  ଆସିଲେ ରଜ ପରବ l

ଆମ୍ବ ତୋଟା ମୂଳେ ଦୋଳିଯେ ଖେଳିବେ

   ହୋଇ ସେତ ସଜବାଜ l

ନୂତନ ପୋଷାକ କରି ପରିଧାନ

  ଖେଳରେ ଯିବେଟି ମାତି l

ଜଣା ପଡ଼େ ନାହିଁ ସୁରୁଜ ଦେବଙ୍କ

  ପ୍ରଖର କିରଣ ତାତି l

ଫିକା ପଡ଼ିଲାଣି ରଜ ପରବ ଟି

  ନାହିଁ ମଜା ଆଗ ପରି l

ପୂରୁବ ସଂକୃତି ପୂର୍ବ ପରମ୍ପରା

  ଧିରେ ଧିରେ ଯାଏ ସରି l

ନାହିଁ ପୁଚି ଖେଳ ନାହିଁ ରଜ ଦୋଳି

  ନାହିଁ ପିଠା ଦିଆ ନିଆ l

ମୋବାଇଲ ପ୍ରେମେ ପଡିଯାଇଛନ୍ତି

   ସଭିଏଁ ହୁଅନ୍ତି ବାୟା l


Rate this content
Log in

Similar oriya poem from Abstract