STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ରଜ ଉତ୍ସବ

ରଜ ଉତ୍ସବ

1 min
176


ରଜ ପରବରେ ଧାତ୍ରୀ ହୁଏ ରଜଷ୍ଫଳା

ମଉସୁମୀ ଆସି ଛୁଇଁଲାଣି ପରା ଧରା

କରିବାକୁ ମନୋମୟ ସୁଜଳା ସୁଫଳା

ବଉଦ କୋଳେ ଖେଳଇ ଚଞ୍ଚଳ ଚପଳା ।

             

ବନେ ଗଜ ଡାକଦେଲେ ରଜ ପର୍ବ ଆସେ

ପହିଲି ଆଷାଢେ ରସା ବର୍ଷା ଜଳେ ରସେ

ପୁଲକିତ ତନୁ ମନ ନବ ଯଉବନ

ଉନ୍ମାଦ ଧରଣୀ ରାଣୀ ଫୁଟାଇ ସୁମନ ।

      

ରଜ ଦୋଳି ସାଜସଜା ଗୀତ ର ଆସର

ସୁନାର ମୁକୁଟ ଭାଇ ମଥାରେ ସୁନ୍ଦର

ତାମ୍ଵୁଳ ସେବନ ରଙ୍ଗ କରି ଓଠ ପାଟି

ଚନ୍ଦନ ର କୁଟିକମ ଚିତା ପରିପାଟି ।

             

ଖେଳ କଉତୁକ ହସ ମଜା ମଉତ୍ସବ

ସଂଗୀତ ରୋଳର ମୋଦେ ଆସେ ରଜ ପର୍ବ

ନବ ବସ୍ତ୍ର ପରିହିତା ଗ୍ରାମ୍ୟ ନବ ବାଳା

ଉତ୍ଫୁଲ୍ଲ ଉନ୍ମାଦେ ମନ ହେଉଛି ଉତଳା ।

            

ପହିଲି ରଜରେ ମାତା ହେଲେ ରଜୋବତୀ

ବାଳିକା ରୂପ ବରଜି କନ୍ୟା ରୂପେ ସତୀ

ପ୍ରମୋଦେ ମାନସେ ପୂଣ୍ୟ ରଜ ସଙ୍କରାନ୍ତି

ଭୂମି ଦହନ ତୃତୀୟ ଦିନ କୁ ପାଳନ୍ତି ।

      

ରଜୋବତୀ ଅପବିତ୍ର ନାରୀ ଧର୍ମ ପାଳି

ନଭୁଞ୍ଜନ୍ତି ଅନ୍ନ ଭିନ୍ନ ପିଠା ପଣା କରି

ଫଳାହାର ଉପବାସ ବ୍ରତ ଆରାଧନା

ସମାଜିକ ଚିତ୍ର‌ ଆଙ୍କେ ସାତ୍ଵିକ ଚେତନା ।

      

ରଜ ପାଇଁ ପ୍ରକୃତିର ଦିବ୍ୟ ଉପହାର

ଆମ୍ଵ, ପଣସ,ଲିଚୁ ର ଅନଘ* ସମ୍ଭାର

ଅମୃତ ସଂଯୋଗ ଏଇ ମିଥୁନ ମାସର

ଶୁଭାଗମେ ରଜ ପର୍ବ ପାଳନ୍ତି ନିକର ।

      

ଚତୁର୍ଥ ରଜରେ ଦେବୀ ପବିତ୍ର ସ୍ନାହାନ

କରି ଶୁଦ୍ଧ ପୂତ ନାରୀ ରୂପେ ବିଦ୍ୟମାନ

ମଉସୁମୀ ମେଘ ବର୍ଷା ମାଟିର ସଂଭୋଗ

ଦୂରାଏ ମନରୁ କ୍ଳିଷ୍ଟ ଦାରୁଣ ନିଦାଘ ।

      

ରଜ ପରେ କରେ ବିଜ ବପନ କୃଷକ

ଗର୍ଭବତୀ ହୁଏ ସତୀ ହସେ ଶସ୍ୟ କ୍ଷେତ୍ର

କୃଷି ଭିତିକ ଉତ୍ସବ ଓଡିଆ ଜାତିର

ତେଣୁ ମଉସୁମୀ ଆସି କଲାଣି ବିହାର ।

      

ମଉସୁମୀ ବର୍ଷା ରଜ ଅପୂର୍ବ ମିଳନ

ମେଘ ଗରଜନ ଶମ୍ପା ଆଷାଢ ଆଗମ

ଆନନ୍ଦ ଉତ୍ସାହ ମୋଦେ ରଜ ପର୍ବ ଆସେ

ହସଇ ଧରିତ୍ରୀ ମାତା କୃଷକ ବି ହସେ ।

   

   



Rate this content
Log in

Similar oriya poem from Classics