Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Inspirational Others

3  

Hrushikesh Satpathy

Inspirational Others

ରଜ ରଙ୍ଗ

ରଜ ରଙ୍ଗ

1 min
6.7K


ବନ୍ଧୁ,ବାନ୍ଧବୀ ଗୋ ,ସାଥି ସଙ୍ଗାତ ହେ

ଆସିଗଲା ରଜ ବରଷେ ଥରେ ।

ବଉଦ ନାଚିଲା ବସୁଧା ହସିଲା

ସଜେଇ ନିଜକୁ ନୂଆ ବେଶରେ।

ରଜ ପାଇଁ ତୁମେ ହୁଅ ସଜ ବାଜ

ମୁଁ ହେବି ତୁମରି ଯତନ ପାଇଁ ।

ଗାଁଟା ସାରାକୁ ତୁମେ ରଙ୍ଗେଇବ

ମୁଁ ରଙ୍ଗେଇବି ତୁମକୁ ଯାଇ ।

ବରଷକେ ଥରେ ଆସେ ଏଇ ରଜ

ସରଗର ନୂଆ ସରାଗ ନେଇ ।

ରଜ ପରେ ସିନା ଆମରି ମିଳନ

ଦୁନିଆକୁ ଦେବା ରଙ୍ଗେ ରଙ୍ଗେଇ।

ବସୁ ମା' ହସିବ ଶ୍ରାବଣୀ ଝରିବ

ଭିଜିଲା ପଣତ ମେଲେଇ ଧରି।

ସୁନା କିଆରୀରେ ସୁନ୍ଦରୀ ସାଜିବ

ବଧୁ ନିରୂପାୟ ମା' ଆମରି ।

ବରଷ ଯାକର ସାଇତା ଦୁଃଖକୁ

ଅଗଣା ପଛରେ ଦେଇ ପକେଇ।

ନୂଆ ପ୍ରଣୟରେ ପ୍ରୀତି ପୁଲକରେ

ହସ ଦୁନିଆକୁ ଯିବା ଆଗେଇ ।

ଆସ ଗୋ ବାନ୍ଧବୀ, ରଜ ରଙ୍ଗ ନେଇ

ମାତି ଯିବା ନିଜ ରଙ୍ଗ ଜୁଆରେ ।

ସେ ରଙ୍ଗର ଛିଟା ସଭିଁଙ୍କୁ ବାଣ୍ଟିବା

ସଂସାର ହସିବ ନୂଆ ଖୁସିରେ।


Rate this content
Log in

Similar oriya poem from Inspirational