ରଜ ପର୍ବ ଫୁଲ ହେଉ ଭାରି ଭଲ
ରଜ ପର୍ବ ଫୁଲ ହେଉ ଭାରି ଭଲ
ଚଣ୍ଡୀମାଆଙ୍କ ଦୟାରେ ଚଣ୍ଡୁ
ଭାଇ ମୋର ଗେଲ୍ହୁ
ବହି ଲେଖିଥିଲା ବିହି ତା ସଙ୍ଗେ
ସଂସାର ବାନ୍ଧିବ ଲୁଲୁ
ଦୁନିଆଁଦାରୀରେ କର୍ତ୍ତବ୍ୟ ପାଇଁ
ଆଜି ତୁ ଜିତିଗଲୁ
ବୋଉ ବାପାଙ୍କର ପ୍ରଥମ ପୁତ୍ର ସ୍ତବକ
ଭାଗ୍ୟ ହୋଇ ଜନ୍ମିଥିଲୁ
ଆଶା ଅସୁମାରୀ ସ୍ବପ୍ନ ବିଭାବରୀ ସାଥେ
ସୁଗନ୍ଧ ବିତରି ଦେଲୁ
ତୁ ଭଲରେ ଥା ଆଶୀର୍ବାଦ ପା ମୋ
ସୁନା ଭାଇ ବିଲକୁଲ
ବଡ଼ ଅବା ସାନ କ୍ଷମା ଆଚରିଲେ
ଝଲମଲ ଜୀବନ ମାସ୍ତୁଲ
ମହକେ ମହକି ତୋଳୁଛି ମୁଁ ପୂଜାଫୁଲ
ବକୁଳ ବନେ ହୁଳସ୍ତୁଲ
ଠାକୁରେ ସଭିଙ୍କ ଭିତରେ ସିଦ୍ଧି ସହିତରେ
ଭଲରେ ଥାଆନ୍ତୁ ଚଣ୍ଡୁ ଲୁଲୁ
ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କ ଉର୍ଦ୍ଧରେ
ସୂର୍ଯ୍ୟଟିଏ ତୁ ଫେଡ଼ି ଅନ୍ଧାର ଆଲୋକ ଫୁଲୁ
ପଚିଶ ଆସିଛି ପଚାଶ ଆସିବ ତୋ
ସଂସାର ଫୁଲ ସମୟଚକ ବୁଲୁ
ତୁ ଭଲରେ ଥା ଭଲରେ ଥା କହି ଅପା ଭାଇ
ଏତିକିରେ ବିଦାୟ ନେଲୁ
ରଜରେ ରାଜକୁମାର ମୋ ଭାଇ
ସୁନା ମୁକୁଟ ପିନ୍ଧିଲୁ
ରଜ ସଜାବାଜେ ମୋ ଭାଉଜରାଣୀ
ସୁନା କାନଫୁଲ ଦେଲୁ
ତୁ ଭଲରେ ଥା ଯୋଉଠି ଥିଲେବି
ରଜ ଆଶୀର୍ବାଦ ଆମେ ଦେଲୁ
ଚାଷ ଘର ଆମ ଚାଷୀ ପୁଅ ଝିଅ ଆମେ
ମୌସୁମୀକୁ ରଜରେ ଚାହିଁଥିଲୁ ।
