STORYMIRROR

Ajit Kumar Raut

Classics

4  

Ajit Kumar Raut

Classics

ରଜ ପର୍ବ ବା ରଜ ସଂସ୍କୃତି

ରଜ ପର୍ବ ବା ରଜ ସଂସ୍କୃତି

1 min
233


ସୋମବାର ଆଜି ଜୁନର ଚୋଉଦ


ପହିଲି ରଜ ହିଁ ଆଜି,


କାଲି ହେବ ପୁଣି ରଜ ସଂକ୍ରାନ୍ତି


ମିଥୁନ ଆସେଟି ସାଜି।୧।


କାଲି ଠାରୁ ବର୍ଷା ଋତୁର ଆରମ୍ଭ


ଚାଷୀଙ୍କ ଚାଷ ଆରମ୍ଭ।୨।


ତୃତୀୟ ଦିବସ ଭୂମିଦାହ (ଦହନ) ହେବ


ତାପରେ ଭୂମି ପୂଜନ,


ଚତୁର୍ଥ ଦିବସେ ବସୁମତୀ ସ୍ନାନ


ଖୁସି ଉଲ୍ଲାସର ଦିନ।୩।


ରଜବତୀ ହେବେ ପବିତ୍ର ଧରଣୀ


ହେବ ବସୁମତୀ ପୂଜା


ହଳ ଲଙ୍ଗଳର ପୂଜନ କରିବେ


କୃଷକଙ୍କ ଭକ୍ତି ପୂଜା।୪।


ବସୁମତୀ ଙ୍କ କୃପା ହିଁ ହୋଇବ


ସଶ୍ୟପୂର୍ଣ ହେବ ଭୂମି,


ଲକ୍ଷ୍ମୀ ଠାକୁରାଣୀ ସୁଦୟା କରିବେ


ଖୁସି ଆଣି ଦେବ ଭୂମି।୫।


ସବୁ ଗୃହେ ଆଜି ଖୁସି ଆନନ୍ଦରେ


ପୁରି ଉଠିବ ଟି ଦିନ,


ନୂତନ ବୈଞ୍ଜନ ଗୃହେ ହେଉ ଥିବ


ଖୁସି ଆନନ୍ଦର ଦିନ।୬।


ଦୋଳି ଖେଳ ହେବ ବିଭିନ୍ନ ରଙ୍ଗରେ


ମଞ୍ଚନ୍ଥ ହୋଇବ ଯହିଁ


ରଜ ଗୀତ ତହି ଗୁଞ୍ଜନ କରିବ


ମନ ମହୁ ଥିବ ତହିଁ।୭।


ଓଡ଼ିଆ ସଂସ୍କୃତି ଓଡ଼ିଆ ବୈଭବ


ଗୁଞ୍ଜୁ ଉଠିବ ହିଁ ଧରା,


ଶକ୍ତି ନାହିଁ କାର ବର୍ଣିବାକୁ ଏହା


ହସି ଖୁସି ମହୀ ଭରା।୮।


ରଜ ପର୍ବ ଦିଏ ଅପୂର୍ବ ସନ୍ଦେଶ


ଏକତ୍ରିତ ମନ୍ତ୍ର ତହିଁ,


ଭେଦଭାବ ନାହିଁ ଏକତାର ଶିକ୍ଷା


ରଜ ହିଁ ଦିଏ ଟି ତହିଁ।୯।


ସୋମବାର ଆଜି ଜୁନର ଚୋଉଦ


ପହିଲି ରଜ ହିଁ ଆଜି,


କାଲି ହେବ ପୁଣି ରଜ ସଂସ୍କୃତି


ମିଥୁନ ଆସେଟି ସାଜି।୧୦।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics