STORYMIRROR

Tapaswini DashSarangi

Classics Fantasy Inspirational

4  

Tapaswini DashSarangi

Classics Fantasy Inspirational

ରଜ ଆସିଛି

ରଜ ଆସିଛି

1 min
24K

ରଜ ଦୋଳି ଝୁଲିଲାଣି

ପୋଡ଼ ପିଠା ପାଖେ ମନ ଗଲାଣି

ମକର ଲୋ...

ରଜ ସଜବାଜ ଚାଲିଲାଣି ମକର ଲୋ...।


ବଉଳ ସଙ୍ଗାତ ମୋର

ଅଳତା ନାଇଁବ ସାଥେ ସିନ୍ଦୁର

ମକର ଲୋ...

ମନ ହେଲାଣି ପୁଣି ଚଞ୍ଚଳ ମକର ଲୋ...।

 

ଖିଲି ପାନେ ଓଠ ନାଲି

ହସୁଥିବେ ସର୍ବେ ଖିଲି ଖିଲି

ମକର ଲୋ...

ପିଲା ଦିନ କି ଆସିବ ଫେରି ମକର ଲୋ...।

 

ବାଉଁଶ ଦୋଳିଟି ସିଏ

କଟର ମଟର ଶବଦ ହୁଏ

ମକର ଲୋ

ବସିବାକୁ ମନ ହେଉଥାଏ ମକର ଲୋ।


ରଜ ତିନି ଦିନ ଆସେ

ଚାରି ଆଡେ ଖାଲି ଗହଳି ଦିଶେ

ମକର ଲୋ

ଶେଷ ଦିନକୁ ମନ ବିରସେ ମକର ଲୋ...।


ଦୁଇ ଦିନର ଜୀବନ

ଖୁସି କରୁଥାଅ ସବୁରି ମନ

ମକର ଲୋ

କେବେ ସରିଯିବ ଏ ସବୁ ଦିନ ମକର ଲୋ..।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics