ରିକ୍ସାବାଲା
ରିକ୍ସାବାଲା
ରିକ୍ସା ଚଲାଇ ପେଟ ପୋଷେ ଯିଏ
ରିକ୍ସାବାଲା ଅଟେ ସିଏ
ସହର ବଜାର ଗଳି କନ୍ଦି ରାସ୍ତା
ତାକୁ ସବୁ ଜଣା ଥାଏ ।
ଠିକ୍ ସ୍ଥାନରେ ପହଞ୍ଚାଇ ଦିଏ
ପାଉଣା ନେଇଣ ତାର
ତା ପାଇଁ ଅନେକ ଅଜଣା ଲୋକଙ୍କ
ହୋଇଥାଏ ଉପକାର ।
ଖରା, ବର୍ଷା, ଶୀତ ,ତୋଫାନ ଝଡକୁ
ଖାତିରି କରେନା ସିଏ
ନିଜେ କଷ୍ଟ ସହି ପାଉଣା ତା ନେଇ
ତାକୁ ପହଞ୍ଚାଇ ଦିଏ ।
ଅସହ୍ୟ ଝାଞ୍ଜିରେ ଓପାସେ ରହିଛି ସେ
ପରିବାର ଖୁସି ପାଇଁ
ହେଲେ ତାର ମୂଲ ଏଇତ ସମାଜ
ନା ପରିବାର ବୁଝି ଥାଇ ।
ସାଇକେଲ ପରି ପେଟାଲ ମାରଇ
ତିନୋଟି ଚକ ତା ଥାଏ
ସଟ୍ କଟ୍ ରାସ୍ତା ଭଲ ଜଣା ଥାଏ
ଶୀଘ୍ର ପହଞ୍ଚାଇ ଦିଏ ।
ବସ୍ ରୁ ଯାତ୍ରୀ ଓହ୍ଲାଇବା ମାତ୍ରେ
ସିଏ ଆଗ ଡାକ ଦିଏ
କୋଉଠିକୁ ଯିବ ସେଇ ସ୍ଥାନ ନାଆଁ
ପଚାରି ସେ ବୁଝି ନିଏ ।
ସେହି ଅନୁସାରେ ଭଡା ନେଇଥାଏ
ଯାତ୍ରୀମାନଙ୍କଠୁ ସିଏ
କେତେ ରିକ୍ସାବାଲା ଠକାମୀ କରିଣ
ପଇସାକୁ ନେଇ ଯାଏ ।
ହଇରାଣ ପୁଣି କରଇ ବହୁତ
ବାଟ ବୁଲାଉଣ ଥାଏ
ଠକି ଭଣ୍ଡି ସିଏ ଅଜଣା ଲୋକକୁ
ହଇରାଣ କରି ଦିଏ ।
ତା ପାଇଁ ଲୋକଙ୍କ ରିକ୍ସାବାଲାଙ୍କ
ଉପରୁ ଭରସା ତୁଟେ
ପୁଣି ଇଏ କାଳେ ଭୁଆଁ ବୁଲେଇବ
ଏଇ ଭାବନା ତା ଛୁଟେ ।
ରିକ୍ସା ଛାଡି ସେ ଅଟୋରିକ୍ସା କରି
ଦୂରସ୍ଥାନ ଚାଲି ଯାଏ
ବିଚାରି ଅଭାବୀ ସତ୍ୟ ରିକ୍ସାବାଲା
ତା ପାଇଁ କଷ୍ଟ ପାଏ ।
ତାହାରି ମନର ଦରଦି ଦୁଃଖକୁ
ନା କିଏ ବୁଝି ଥାଏ
ସମ୍ମାନ କିଏ ତାକୁ ଦେଉ ନା ନ ଦେଉ
ସଭିଁଙ୍କି ସେ ଭଲ ପାଏ ।
