STORYMIRROR

Shubhra Suchitra Mahanta

Tragedy Others

2  

Shubhra Suchitra Mahanta

Tragedy Others

ରହସ୍ୟ

ରହସ୍ୟ

1 min
125

ରହସ୍ୟ ଘେରରେ ଏ ଜୀବନ ରହିଛି 

ବୁଝା ପଡୁନି କେତେବେଳେ କଣ ଘଟୁଛି... 


କେବେ ହଠାତ୍ ସୁଖ ମିଳି ଯାଉଛି

କେବେ ପୁଣି ଦୁଃଖର ବର୍ଷା ହେଉଛି...


କେବେ ମନ ଟା ଖୁସି ଲାଗୁଛି

କେବେ ପୁଣି ତାହା ଭାଙ୍ଗି ଯାଉଛି...


କେବେ ନୂଆ ବନ୍ଧୁ ମିଳି ଯାଉଛନ୍ତି

କେବେ ପୁରୁଣା ସବୁ ଛାଡ଼ି ଦେଉଛନ୍ତି...


କେବେ ନିଜ ଲୋକ ପର ହେଉଛନ୍ତି

କେବେ ପର ଲୋକ ନିଜର ଲାଗୁଛନ୍ତି...


କେବେ ଏକା ଏକା ଭଲ ଲାଗୁଛି 

କେବେ ପୁଣି ସାଥୀ ଖୋଜା ଚାଲିଛି... 


କେବେ ସମୟ ଖାଲି ଖାଲି ଗଡୁଛି 

କେବେ ପୁଣି ସମୟର ଅଭାବ ପଡୁଚି... 


କେବେ ଭାଗ୍ୟ ଉପରେ କ୍ରୋଧ ଆସୁଛି 

କେବେ ଜୀବନଟା ବ୍ୟର୍ଥ ଲାଗୁଛି.... 


କେବେ ସମସ୍ତେ ଭଲ ଲାଗୁଛନ୍ତି 

ପୁଣି କେବେ ଦୁନିଆ ସ୍ୱାର୍ଥପର ଲାଗୁଛି... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy