STORYMIRROR

Dharitri Das

Abstract Others

3  

Dharitri Das

Abstract Others

ରହିଯାଅରେ ନାଉରୀ

ରହିଯାଅରେ ନାଉରୀ

1 min
171

ଦଣ୍ଡେ ରହିଯାଅରେ ନାଉରୀ ଭାଇ

         ଦେଖିବି ଚିତ୍ରପଟ ଆହୁରି ମୁହିଁ।

ଢଳ ଢଳ ଦେଖ ନୀଳ ଜଳରାଶି

         ମିଶିଛିକି ସତେ ଦିଗବଳୟେ ଆସି।

ଆକାଶ ସାଗର ହୋଇଅଛି ଏକ

         ଶୁଭୁଛି କି ସତେ କାଳିଜାଇର ଡାକ।

ନାଉରୀ ବାପୁଡା ବାହୁଛି ନଉକା

          ମନେ ତାହାର ନଥାଏ ଶଙ୍କା କି ଦକା।

ଆନନ୍ଦ ମନରେ ଜାତିରିଗଣ

            ଭ୍ରମଣ କରୁଛନ୍ତି ଯାଇ ନଳବନ।

ଚତୁର୍ପାଶ୍ୱେ ନିରିମଳ ଜଳରାଶି

          ମଧ୍ୟେ ମା କାଳିଜାଇ ରହିଅଛି ବସି।

ତରଣୀ ଉପରେ ବସିଣ ଦର୍ଶକେ

          ଖାଦ୍ୟ ଟୁକଡାକୁ ପକାନ୍ତି ଟିକେ ଟିକେ।

ଆହାର ଲୋଭୀ ପକ୍ଷୀ ଏକତ୍ର ହୋଇ

          ଦଳଗତ ଭାବେ ଆସନ୍ତି ଧାଇଁ ଧାଇଁ।

ଭାସି ଭାସି ପାଣିରେ ଯାହାକୁ ଯେତେ

           ଆହାର ଖୁଣ୍ଟିଥାନ୍ତି ନିଜ ଇଚ୍ଛା ମତେ।

ଦେଖିଣ ଦୃଶ୍ୟ ମୁଗ୍ଧ ହୁଅଇ ମନ

            ଇଛା ହୁଏ ରହି ଯାଆନ୍ତି ସବୁଦିନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract