ରହିଲା ରାଣ
ରହିଲା ରାଣ


ବରଷା ପଡୁଛି ଟୁପ୍ ଟାପ୍
ମନ ହୁଏ ଭିଜିବାକୁ
ରିମ୍ ଝିମ୍ ଗୀତ ବୋଲୁଛି
ମନ କରେ ଗାଇବାକୁ
ଭସା ବାଦଲ ଧାଏଁ ଉତ୍ତରା
ମନ ହୁଏ ଉଡିବାକୁ
ଭିଜା ମାଟିର ମଗ୍ନ ବାସନା
ମନ କରେ ଶୁଙ୍ଘିବାକୁ
ମେଘଧ୍ଵନି ଚଡ଼କ ପ୍ରହାର
ଛାତି ହୁଏ ଧାକୁ ଧାକୁ
ଚପଳା ଚଞ୍ଚଳା ଗାର ଟାଣିଲେ
ମନ କରେ ଲୁଚିବାକୁ
ପତ୍ର ଫାଙ୍କରୁ ଝରେ ଠପ୍ ଠାପ୍
ମନ କରେ ଗାଇବାକୁ
ନବୀନ ସୁମନ ଦୋଳି ଖେଳ
ମନ କରେ ଝୁଲିବାକୁ
କାଗଜ ଡଙ୍ଗା ହଲି ଦୋହଲି
ମନ କରେ ଵନେଇବାକୁ
ଚପଲ ଛାଟେ କାଦୁଅ ପାଣି
&n
bsp; ମନ କରେ ପିନ୍ଧିବାକୁ
ସ୍ୱପ୍ନସ୍ନାତା ମନର ସମ୍ଭାର
ମନ କରେ ଭିଯିବାକୁ
କୁଆଁରୀ ମନର ଗହନ କଥା
ମନ କରେ ଭାବିବାକୁ
ପଶ୍ଚିମ ଜୀବନେ ଅଭାବି ସଂସାର
ମନ କରେ ଛୁଇଁବାକୁ
ଫେରନ୍ତି। କି ବର୍ଷାଭିଜା କ୍ଷଣ
ମନ କରେ ଖୁଣ୍ଟିବାକୁ
ବାଲ୍କୋନିରେ ହାତ ପ୍ରସାରି ଛିଡ଼ା
ମନ କରେ ଯୋଡିବାକୁ
ମଧୁ ଯାମିନୀ ବର୍ଷା ମେଦୁରା
ମନ କରେ କୁଣ୍ଢିବାକୁ
ବର୍ଷା ତୁମେ ଆସ ପ୍ରୀୟ ଥିଲେ ପାସ
ମନ କରେ ରାଗିବାକୁ
ତୁମେ ପୁଣି ଝରି ପଡ଼ ଅସରାଏ
ରାଗ ହୁଏ ଧୁଆଁ ବାଣ
ମନେ ରଖିବ ଆଷାଢ ଶ୍ରାବଣ
ମନେ ରଖିବ ରହିଲା ରାଣ ।