STORYMIRROR

Panchanan Jena

Fantasy

3  

Panchanan Jena

Fantasy

ରହିଲା ରାଣ

ରହିଲା ରାଣ

1 min
44

ବରଷା ପଡୁଛି ଟୁପ୍ ଟାପ୍

   ମନ ହୁଏ ଭିଜିବାକୁ

ରିମ୍ ଝିମ୍ ଗୀତ ବୋଲୁଛି

   ମନ କରେ ଗାଇବାକୁ

ଭସା ବାଦଲ ଧାଏଁ ଉତ୍ତରା

   ମନ ହୁଏ ଉଡିବାକୁ

ଭିଜା ମାଟିର ମଗ୍ନ ବାସନା

  ମନ କରେ ଶୁଙ୍ଘିବାକୁ

ମେଘଧ୍ଵନି ଚଡ଼କ ପ୍ରହାର

   ଛାତି ହୁଏ ଧାକୁ ଧାକୁ

ଚପଳା ଚଞ୍ଚଳା ଗାର ଟାଣିଲେ

  ମନ କରେ ଲୁଚିବାକୁ

ପତ୍ର ଫାଙ୍କରୁ ଝରେ ଠପ୍ ଠାପ୍

    ମନ କରେ ଗାଇବାକୁ

ନବୀନ ସୁମନ ଦୋଳି ଖେଳ

   ମନ କରେ ଝୁଲିବାକୁ

କାଗଜ ଡଙ୍ଗା ହଲି ଦୋହଲି

  ମନ କରେ ଵନେଇବାକୁ

ଚପଲ ଛାଟେ କାଦୁଅ ପାଣି

   ମନ କରେ ପିନ୍ଧିବାକୁ

ସ୍ୱପ୍ନସ୍ନାତା ମନର ସମ୍ଭାର

   ମନ କରେ ଭିଯିବାକୁ

କୁଆଁରୀ ମନର ଗହନ କଥା

  ମନ କରେ ଭାବିବାକୁ

ପଶ୍ଚିମ ଜୀବନେ ଅଭାବି ସଂସାର

  ମନ କରେ ଛୁଇଁବାକୁ

ଫେରନ୍ତି। କି ବର୍ଷାଭିଜା କ୍ଷଣ

  ମନ କରେ ଖୁଣ୍ଟିବାକୁ

ବାଲ୍କୋନିରେ ହାତ ପ୍ରସାରି ଛିଡ଼ା

  ମନ କରେ ଯୋଡିବାକୁ

ମଧୁ ଯାମିନୀ ବର୍ଷା ମେଦୁରା

  ମନ କରେ କୁଣ୍ଢିବାକୁ

ବର୍ଷା ତୁମେ ଆସ ପ୍ରୀୟ ଥିଲେ ପାସ

  ମନ କରେ ରାଗିବାକୁ

ତୁମେ ପୁଣି ଝରି ପଡ଼ ଅସରାଏ

   ରାଗ ହୁଏ ଧୁଆଁ ବାଣ

ମନେ ରଖିବ ଆଷାଢ ଶ୍ରାବଣ

  ମନେ ରଖିବ ରହିଲା ରାଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy