STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ରଘୁନାଥଙ୍କ ସ୍ମରଣେ

ରଘୁନାଥଙ୍କ ସ୍ମରଣେ

1 min
217


ଉତ୍କଳ ମାଟି ର ଯୋଗ୍ୟ ତମ ସୁତ

  ସେ ଶିଳ୍ପୀ ରଘୁନାଥ

ତୁମରି ନିହାଣ ନିରବିଛି ଆଜି

   ହୋଇଲା କି ବଜ୍ରପାତ ??


ଦ୍ଵିତୀୟ କୋଣାର୍କ ଗଢ଼ିବା ପାଇଁ କି

   କରି ଯେ ଥିଲ ପ୍ରୟାସ

ତୁମର ସେ ଆଶା ରହିଲା ଆଶାରେ

   କରିଲ ପରା ନିରାଶ।


ନିହାଣ ମୁଗୁର ଧରି ତୁମେ ହସ୍ତେ

  ଗଢିଲ କେତେ ମୂରତି

ଆଜି କାହିଁ ତାହା ଯାଇଛି ନୀରବି

  ମନରେ ବସି ଭାବୁଛି।


ବିଦେଶ ମାଟି ରେ ତୁମ୍ଭ କଳାକୃତି

  ହୋଇଅଛି ପ୍ରଶଂସିତ

ତୁମ୍ଭ ଲାଗି ସିନା ଓଡ଼ିଶା ବାସୀ ଏଁ

  ହେଉଛୁ ପରା ଗର୍ବିତ।


ତୁମରି ହାତର ପରଶକୁ ପାଇ

  ନିର୍ଜୀବ ପାଷାଣ ଦେହ

ସତେକି ଜୀବନ ପାଇଅଛି ଆଜି

   ଏଥିରେ ନାହିଁ ସନ୍ଦେହ।


ଝୁରୁଛି ଏ ମାଟି ଝୁରୁଛି ଜାତି

   ଝୁରୁଥିବୁ ଯେତେଦିନ

ରହିଥିବେ ଏହି ଆକାଶ ବକ୍ଷରେ

 ତାରା ଶଶି ଓ ତପନ।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational