STORYMIRROR

Nrusingha Narayan Tripathy

Classics Inspirational Others

4  

Nrusingha Narayan Tripathy

Classics Inspirational Others

ରେ ମନ ଜୀବନ ଅଢେଇ ଦିନ

ରେ ମନ ଜୀବନ ଅଢେଇ ଦିନ

1 min
369


ଅଢେଇ ଦିନର ଆମେ ଅତିଥି ମରତେ 

ଜୀବନ ମରଣ ନୁହେଁ କାହାର ଆୟତ୍ତେ ll


ଚାହୁଁ ଚାହୁଁ ଶିଶୁ ବଢ଼ି ହୋଇଥାଏ ବୁଢା

ହଜିଯାଏ ସ୍ୱପ୍ନ ତା'ର ରହିଯାଏ ଅଧା ll


ଜୀବନ ଆୟୁଷ ଅଟେ ବର୍ଷ ମାସ ଦିନ

କ୍ଷଣିକେ କ୍ଷଣିକେ ଆନ ଏହାର ଦର୍ଶନ ll


ଅର୍ଥ କାମ ଲୋଭ ମାୟା ସାର୍ଥକ ଜୀବନ 

ଜୀବନ ହାରିଲେ ସବୁ ନିରର୍ଥକ ଜାଣ ll


ଆଜି କାଲି ଆଜି କାଲି ସମୟ ସରିବ

ଯଶ କୀର୍ତ୍ତି ସ୍ନେହ ପ୍ରୀତି ଅମର ରହିବ ll


ଦୁର୍ଲଭ ଜୀବନ ଆମ ସୁନ୍ଦର ଶରୀର

ଆତ୍ମ ଗର୍ବ ବଡ଼ପଣ ପାଇଁ ହତାଦର ll


ପଞ୍ଚେନ୍ଦ୍ରିୟ ପଞ୍ଚଭୂତେ ଶରୀର ଗଠନ

ବିକାଶ ବିନାଶ ହୁଏ ପାଇଁ କି ତା' ମନ ll


ମନ ମୁନ ଚଇତନ କାମନା ବାସନା

ସବୁ କର୍ମେ ଆଗଭର ମନର ଭାବନା ll


ଲଗାମ ଦେବାକୁ ମନ ପ୍ରଭୁଙ୍କ ଶରଣ

ସତସଙ୍ଗେ ଲିପ୍ତ ରଖ ଏ ସାରା ଜୀବନ ll


ଭଜନ କୀର୍ତ୍ତନ କର ସ୍ଥିର ହେଉ ମନ

ତୁଟିଯାଉ ମୋହ ମାୟା ମୁକ୍ତିର କାରଣ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics