STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ରେ କଳା କାଳିଆ ଧନ

ରେ କଳା କାଳିଆ ଧନ

1 min
269

ରେ କଳା କାଳିଆ ଧନ

କେଡ଼େ କମନୀୟ କାନ୍ତିଟି ତୋହର

ଦେଖି ଦେଲେ ନ ଫେରଇ ନୟନ।

 ରେ କଳା,,,,,,,,


ଚକା ଚକା ଦୁଇ ଚକାନୟନ

ଅପଲକେ ଦେଖେ ସାରା ଭୁବନ

ତୋ ପାଖରେ ନାହିଁ ବାଛ ବିଚାର

ସାରା ଜଗତକୁ କରୁ ନିଜର

ଏମିତି ଦେବତା ତ୍ରିଭୁବନ ମଧ୍ୟେ

 ନାହାନ୍ତି କେହିରେ ମନ ମୋହନ।


  ରେ କଳା,,,,,,

ତୋ ଦୁଆରୁ କେହି ନିରାଶ ମନେ

ଫେରି ନାହିଁ କେବେ ଶୁଣିନି କର୍ଣ୍ଣେ

ଦୁଇ ହାତ ଟେକି ଯିଏ ଡାକିଛି

ଧନ ସମ୍ପଦରେ ଘର ଭରିଛି

ଯେତେ ଦେଖିଲେ ବି ନୟନ ନ ଫେରେ

 ଭାବରେ ବନ୍ଧା ତୁ ଜଗମୋହନ।


 ରେ କଳା,,,,,,,,,



Rate this content
Log in

Similar oriya poem from Inspirational