STORYMIRROR

Bijaya Kumar Swain

Classics

4  

Bijaya Kumar Swain

Classics

ରେ କାଳିଆ ଧନ

ରେ କାଳିଆ ଧନ

1 min
240


ରେ କାଳିଆ ଧନ ତୁ ବିଶ୍ଵ ମହାଜନ

   ମୁଁ ତୋ ଖାତକ ଜନ

ତୁ ତ ମହାଦାନୀ ମୁଁ ଦୀନ ଭିକାରୀ

   ତୁ ହେଲେ ମହାନ ମୁଁ ପରା ହୀନ

    ରେ କାଳିଆ ଧନ......।


ରୂପେ ମୁଁ ନୁହେଁ ସୁନ୍ଦର 

   ତୋ ରୂପ ଅବର୍ଣ୍ଣନୀୟ

    ତୁ ସବୁଠୁଁ ସୁନ୍ଦର

ମୁଁ ଗୁଣହୀନ ହେଲେ ତୁ ତ ଗୁଣନିଧି

   ବିଶ୍ଵ କାରିଗର

ମୁଁ ନୀଚ ହେଲେ ତୁ ଉଚ୍ଚତର ଜନ।

    ରେ କାଳିଆ ଧନ......।


ମୁଁ ତ ଜ୍ଞାନହୀନ ହେଲେ

  ତୁ ତ ଜ୍ଞାନ ପାରାବାର

  ଶ୍ରେଷ୍ଠୁଁ ଶ୍ରେଷ୍ଠ ତର

ତୁ ରଜା ମୁଁ ରଙ୍କ ତୁ ମୋର ପ୍ରଭୁ ରେ

  ମୁଁ ସେବକ ତୋର

ତୁ ମହାପୁରୁଷ ହେଲେ ମୁଁ ଅକିଞ୍ଚନ

   ରେ କାଳିଆ ଧନ.....।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics