ରାତି
ରାତି
ଜହ୍ନର ଜୋଛନାରେ ଭିଜି ଭିଜି
କଡ଼ ଲେଉଟାଏ ରାତି ,
ପୋଖରୀରେ ହସେ ନୀଳ କଇଁ ,
ଅମାବାସ୍ୟାର ଅନ୍ଧାର ଓଢଣା ତଳେ
ଲାଜ କରେ ରାତି,
ମିଳନର ଅଭିସାର ନେଇ ,
ଶୃଙ୍ଗାର ରଚେ ନବ ବଧୂ ,
ବାହୁ ବନ୍ଧନ ଭିତରେ ହଜିଯାଏ ସାଥିଟିଏ,
ପୁଣି ସେ ପାଲଟେ
ପତ୍ନୀରୁ ପ୍ରେମିକା
ପ୍ରେମିକାରୁ ପ୍ରିୟତମା ,
ଇତସ୍ତତଃ ପରିପାଟୀକୁ
ଅନ୍ତରଙ୍ଗ ଭାବେ ସଜାଡୁ ସଜାଡୁ
ଦେଖେ ସେ ଅନେକ ସ୍ଵପ୍ନ ,
ଆଖିରେ ଭରିବାକୁ ପ୍ରେମର ଅଞ୍ଜନ
ହୃଦୟରେ ଭରିବାକୁ ସ୍ନିଗ୍ଧ ଶୀତଳ ଦହନ ,
ଓଠଧାରେ ଭରିବାକୁ ସ୍ମିତହାସ୍ୟରେଖା
କବରୀରେ ଭରିବ
ାକୁ ଗୋଲାପ କଳିକା ,
ଇଚ୍ଛା ତା'ର
ପ୍ରେମିକ ପଣରେ
ମହମ ପରି ତରଳି ଯିବାକୁ,
ପୁଣି ହାତରେ ପିନ୍ଧାଇଦେବାକୁ
ଦୁଇ ପଟ ଶଂଖା ,
ସିନ୍ଥିରେ ସଜାଇ ଦେବାକୁ
ସୁହାଗିନୀର ସିନ୍ଦୂର,
କର୍ମକ୍ଲାନ୍ତ ଜୀବନର ଅବସାନ ଘଟାଇ
ଶୋଇଯିବାକୁ ପ୍ରିୟା କୋଳରେ
ଶୋଇଯିବାକୁ ରାତି କୋଳରେ,
ଏମିତିରେ ପାହିଯାଏ ରାତି
ସରିଯାଏ ସ୍ଵପ୍ନ କିଛି,
ସାଥିଟି ପୁଣି ପାଲଟେ,
ପ୍ରିୟତମାରୁ ପ୍ରେମିକା ,
ପ୍ରେମିକାରୁ ପତ୍ନୀ ,
ଅପେକ୍ଷା ରହିଯାଏ,
ଆଉ ଏକ ରାତିର ,
ଆଉ କିଛି ସ୍ଵପ୍ନର ,
ପୁଣି ଏକ ପରିବର୍ତ୍ତନର ।।