ରାତି ଶୋଇଗଲା ପରେ
ରାତି ଶୋଇଗଲା ପରେ
ରାତି ଶୋଇଗଲା ନିଘୋଡ ନିଦରେ ।
ଜହ୍ନ ଶୋଇ ଗଲା ବଉଦ ଶେଜରେ ।
ହସୁ ଥିଲା ତାରା ଫୁଲ ।
ତୁମ ବିନା ଲାଗେ ଏକା ଏକା ସାଥୀ
ପାଏ ବୋଲି ବେଶି ଭଲ ।
ତମେ କି ବୁଝିବ ଅବୁଝା ମନରେ ।
ଯେବେ କେବେ ରାଗି ଯାଅ।
କହିବାକୁ କିଛି ଭାବିବା ଆଗରୁ ।
ମୁହଁ ମୋଡି ଚାଲି ଯାଅ ।
ମନ ଜଉଘର ବିରହେ ଜାଳିଲ ।
ସାଜି ଏକ ନିଆଁ ଝୁଲ।
ନଇଁ ଗଲେ ରାତି ବୁଝିଛକି ସାଥି ।
ଏ ମନେ ଯାତନା କେତେ।
ତମ ବିନା ଏଇ ରାତି ଯେବେ ବଢେ ।
ଜଳାଇ ମାରେ ସେ କେତେ।।
ଅଧା ଜଳା ଯୁପେ ଜଳେ ମୋ ପରାଣ।
ହୋଇ ବଡ କଲ ବଲେ ।

