STORYMIRROR

DILIP KUMAR SAHOO

Children

4  

DILIP KUMAR SAHOO

Children

ରାତି ପାହି ଯେବେ ସକାଳ ଆସେ

ରାତି ପାହି ଯେବେ ସକାଳ ଆସେ

1 min
206

ରାତି ପାହି ଯେବେ ସକାଳ ଆସେ

ଆହାକି ସୁନ୍ଦର ମୋ ଗାଁ ଦିଶେ

ସୁଲୁସୁଲୁ ବହେ ଶୀତଳ ପବନ

ଜାତିଜାତି ଫୁଲ ମହକି ବାସେ 

ରାତି ପାହି ଯେବେ ସକାଳ ଆସେ ।

ଟିକିଟିକି କେତେ ଚଡେଇ ଆସି

କିଚିରି ମିଚିରି ହୁଅନ୍ତି ମିଶି

କାଆ କାଆ ରାବି ଡାମେରା କାଉଟା

ଉଡିଆସି ଆମ ଚାଳରେ ବସେ

ରାତି ପାହି ଯେବେ ସକାଳ ଆସେ ।

ଖରା ବରଷାକି ଶୀତ ସକାଳ

ଛାଇ ଛଳଛଳ ଲାଗେ ହେମାଳ

ସିନ୍ଦୂରା ଫାଟିଲେ ନାଲିଆ ମୁରୁଜ

ବୋଳିହୋଇ ଯାଏ ସାରା ଆକାଶେ

ରାତି ପାହି ଯେବେ ସକାଳ ଆସେ ।

ଦୂର ତାଳ ବଣ ପାହାଡ ଡେଇଁ

ସୂରୁଯ ଦେବତା ଆସନ୍ତି ଉଇଁ

କଅଁଳିଆ ଖରା ବିଛେଇ ପଡିଲେ

କଅଁଳ ସକାଳ ମୁରୁକି ହସେ

ରାତି ପାହି ଯେବେ ସକାଳ ଆସେ ।

ସବୁ ସକାଳର ଚାହାଣୀ ନୂଆ

ନୂଆ ଗପ ଗୀତ ପରାଣ ଛୁଆଁ

ସପନ ଛାଉଣୀ କେତେ ନୂଆ ଆଶା

ନିଇତି ସକାଳୁ ମନରେ ଭାସେ

ରାତି ପାହି ଯେବେ ସକାଳ ଆସେ ।



Rate this content
Log in

Similar oriya poem from Children