ରାସ୍ତାର ନିୟମ କର ପାଳନ
ରାସ୍ତାର ନିୟମ କର ପାଳନ
ମଦ୍ୟ ପାନ କରି ଚଢିଲେ ଗାଡ଼ି,
ବିପଦ ନିଶ୍ଚୟ ଆସିବ ମାଡ଼ି ।
ରାସ୍ତାର ନିୟମ ମାନିବ ଯିଏ
ମହା ସୁଖେ ଗତି କରିବ ସିଏ ।
କାର୍ ଚାଳକଙ୍କୁ ଏ ନିବେଦନ
ସିଟ୍ ବେଲ୍ଟ୍ ପିନ୍ଧ କରି ଯତନ ।
ହେଲ୍ ମେଟ୍ ପିନ୍ଧି ଗାଡ଼ି ଚଲାଅ,
ନିଜ ଜୀବନକୁ ନିଜେ ବଞ୍ଚାଅ ।
