STORYMIRROR

Satyabati Swain

Inspirational

4  

Satyabati Swain

Inspirational

ରାସ୍ତା

ରାସ୍ତା

1 min
632

ରାସ୍ତା

ମୁଁ ପଡିଛି ସେଇଦିନୁ

ଅଜଗର ପରି

ମାଟି ଥିଲି

ନାଲି ମାଟି ହେଲି

କଂକ୍ରିଟ

ପିଚୁ କୁ ଦେହରେ ମାଖିଲି

ସତେ ମ ପୁରା ବଦଳି ଗଲି।

ପାଦ

ଚପଲ

ଚକ

ମଚ୍ ମଚ୍ ଚାଲିଯିବା

ମୁଁ ସହେ

ଦେଖେ ବିବାହ ରୋଷଣୀ

ବର ବଧୁ

ପୁଣି

ରାମନାମ ସତ୍ୟ ହେ

ହଁ ମୂକସାକ୍ଷୀ

ସବୁ ପାଦ

ସବୁ ଗନ୍ଧ

ସବୁ ଶବ୍ଦର।

କେବେ କେବେ ମୋର ବି

ମନ ଲୋଡ଼େ ଟିକେ ପ୍ରେମ

ହଁ ତ ମୁଁ ପାଗଳ

ନୀଳ ଆକାଶ ପ୍ରେମରେ

କିନ୍ତୁ

ଜଟାଇ ପାରେନାହିଁ

ନିର୍ବାକ୍ ନା

ମୋତେ କେହି ବୁଝି

ପାରେ ନାହିଁ।

ମୁଁ ରାସ୍ତା

କହି ପାରେନାହିଁ କଥା

ମୋ ପାଖେ ନାହିଁ

ଧନୀ ଗରିବ

ମୁଁ ଭଲ ପାଏ ପାଦ

ସେ ଭିକାରୀ

ପାଗଳ

ରାଜା

ଯିଏ ବି ହେଉ

ସମସ୍ତଙ୍କୁ

ସ୍ୱୀକୃତି ଦିଏ

ଚାଲ ଚାଲ

ଆହୁରି ଚାଲ

କିନ୍ତୁ ସତ୍ୟରେ ଚାଲ

ନ୍ୟାୟରେ ଚାଲ।

ମୁଁ ରାସ୍ତା

କେବେ ସଳଖ ତ

କେବେ ବଙ୍କା

ମୁଁ ଏଇତକ ଜାଣିଛି ବୋଲି ତ ଜଣାଉଁଛି

ଆସିଛୁ ଏକା

ଯିବା ଏକା

କେହି ଶୁଣି ପାରନ୍ତିନି

ମୋର କଥା

କେଜାଣି କାହିଁକି ଏବେ

ମୋର ବଢି ଯାଉଛି ବ୍ୟଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational