STORYMIRROR

Mahendra Kumar Swain

Tragedy

3  

Mahendra Kumar Swain

Tragedy

ରାସ୍ତା କଡ଼ ଦହିବରା

ରାସ୍ତା କଡ଼ ଦହିବରା

1 min
269


ବୁଢା ବୁଢ଼ୀ ଦୁଇ ରାସ୍ତା କଡେ ବସି

ବିକୁଥିଲେ ଦହିବରା

ଅତି ଆଦରରେ ଦେଉଥିଲେ ଦୁହେଁ

ଖାଇବାକୁ ଦହିବରା

ବୁଢ଼ୀ କାଟିଦେଇ ପିଆଜ କାକୁଡି

ଦେଉଥିଲେ ବୁଢା ହାତେ

ଲୋକଙ୍କୁ ସଜାଡି ଦେଉଥିଲା ବୁଢା

ଅତି ଆଦରରେ ସାଥେ

ଅଣ୍ଟା ସିନା ଭାଙ୍ଗି ଗଲାଣି ବୁଢ଼ୀର

ଆଗ୍ରହ ଯେ କମି ନାହିଁ

କାମ କରିବାର ଇଛା ଆଗେ ତାଙ୍କ

ବୟସର ସ୍ଥାନ ନାହିଁ

ମିଶାଉ ନଥିଲେ ଅଧିକ ମସଲା

ଯାହା ଦେହ ପାଇଁ କ୍ଷତି

ଲୋକଙ୍କୁ ଖୁଆଇ ଅତି ଆଦରରେ

ଜୀବନ ତ ଯାଏ ବିତି

ଖାଇବାରେ ତାଙ୍କ ସ୍ୱାଦ ରହିଥିଲା

ଥିଲା ପୁଣି ସ୍ନେହ ପ୍ରେମ

ଦେଖି ତାଙ୍କ ସ୍ନେହ ଶୁଣି ତାଙ୍କ କଥା

ପୁରି ଉଠୁଥିଲା ମନ

ପଇସା ପାଖରେ ନଥିଲେ ବି ସେ

ଦେଇଥାନ୍ତି ଖାଇବାକୁ

ଦେଖି ସ୍ନେହ ତାଙ୍କ ପ୍ରଶଂସା ପାଇଁ କି

ନାହିଁ ଭାଷା କହିବାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy