STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

ରାସ୍ତା କାହିଁ ରାସ୍ତା କାହିଁ

ରାସ୍ତା କାହିଁ ରାସ୍ତା କାହିଁ

1 min
366

ମୁଁ ଏକ ଅଶାନ୍ତ ଉଲ୍‌କା........!

ମୁଁ ଯେ ଅଶାନ୍ତ ଗ୍ରହର ଉଲକା ପିଣ୍ଡ ଖଣ୍ଡେ ଜଳୁଛି ମୁଁ ଜାଳୁଥବି ......

କେମିତି କେଜାଣି ନିଜେ ଜଳି ଜଳି କାହାକୁ ଶୀତଳ ଦେବି.... ?

ଜଳିବା ଜାଣିଛି,ଜାଳିବା ଜାଣିଛି, ଅଙ୍ଗାର ପାହାଡେ ଠିଆ ହୋଇଛି...

ଚାରି ଆଡେ ମୋର ନିସ୍ତବ୍ଦ ଇଲାକା ନିଜ ଶବ ଆଜି ନିଜେ ବୋହିଛି...।

କେମିତି କେଜାଣି କାହିଁକି ଜାଣେନି ଜଳି ଜଳି ଆଜି ନିଜେ ମରୁଛି ....

ମରିବା ପାଇଁ ମୁଁ ଆସିଅଛି ସିନା ଜୀବନ ଟା ଖାଲି ବ୍ୟସ୍ତ ଲାଗୁଛି....

ବଂଚିବା କେବେଠୁ ଭୁଲି ଯାଇଛି ମୁଁ ମୃତ୍ୟୁ କୁ ମୁଁ ଆଲିଙ୍ଗନ କରିଛି...

କେବେଳ ଦେଖୁଛି ମୋ ଶବକୁ ଆଜି ଯାହାକୁ ନିଜେ କାନ୍ଧରେ ବୋହିଛି ।

ଅତୃପ୍ତ ଆତ୍ମା ମୋ ତୃପ୍ତ ହେବନି ରକତ ରେ ଯିଏ ଖେଳିଛି ହୋଲି....

ମୋ ଆଖୁ ଆଗରେ କେବଳ ସାମାଧ୍ୟ, ସମାଧାନ ରାସ୍ତା ନାହିଁ ଯାହାରି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics