STORYMIRROR

Kabiratna Nutan Kumar Behera

Classics Inspirational

4  

Kabiratna Nutan Kumar Behera

Classics Inspirational

ରାଷ୍ଟ୍ରୀୟ ନବବର୍ଷ

ରାଷ୍ଟ୍ରୀୟ ନବବର୍ଷ

1 min
297

ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍ରତିପଦା

         ହିନ୍ଦୁଧର୍ମର ଅଟଇ ନବବର୍ଷ,

ସଂସ୍କାର ସଂସ୍କୃତିକୁ ଦେଇ ମର୍ଯ୍ୟାଦା

    ପାଳୁ ଆନନ୍ଦେ ହୃଦୟେ ଭରି ହର୍ଷ।


ଏ ଦିବସଟି ଅଟେ ଶୁଭଦାୟକ

      କହେ ପୁରାଣ ଶାସ୍ତ୍ରର ଇତିହାସ,

ପରମ୍ପରା ଐତିହ୍ୟର ରଖି ଟେକ

       ମାନବବାଦର କରିବା ବିକାଶ।


ସୃଷ୍ଟି ସୃର୍ଜନାର ଏ ଆଦ୍ୟ ଦିବସ

         ଶୁଭାରମ୍ଭା କରିଥିଲେ ବ୍ରହ୍ମା,

ସଂସାରରେ ରୂପରେଖର ପ୍ରକାଶ

      କରି ବର୍ଣ୍ଣିଛନ୍ତି ଅଶେଷ ମହିମା।


ପ୍ରଭୁ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ

      ପୁଣି ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ,

ଏ ତିଥି ନକ୍ଷତ୍ରରେ ସନ୍ଥ ଅନେକ

      ଜନ୍ମି ହୋଇଛନ୍ତି ପଥ ପ୍ରଦର୍ଶକ।


ବହୁ ତଥ୍ୟର ସନ୍ଦର୍ଭରେ ଜଡି଼ତ

      ରହିଛି ତାର ଅନେକ ବିଶେଷତ୍ଵ,

ଏଣୁ ହିନ୍ଦୁ ସମାଜେ ହୁଏ ପାଳିତ

     ନବବର୍ଷ ରୂପେ ଦେଇ ତା' ଗୁରୁତ୍ଵ।


ବାହ୍ୟ ସଂସ୍କୃତିରେ ହୋଇ ପ୍ରଭାବିତ

     ଏ ଜାତି ଭୁଲିଛି ତାର ମୌଳିକତା,

ସତ୍ୟ ସନାତନ ସୃଷ୍ଟିର ସନ୍ଦେଶ

    ସମାଜେ ବୃଦ୍ଧି କରେ ସଚେତନତା।


ଆଜି ରାଷ୍ଟ୍ରୀୟ ନବବର୍ଷ ପାଳନେ

   ଗୃହେ ଆରାଧ୍ୟ ଦେବାଦେବୀଙ୍କୁ ପୂଜି,

ସାତ୍ତ୍ବିକ ଭୋଜନ କରି ଶୁଦ୍ଧ ମନେ 

   ଶାନ୍ତି ତୃପ୍ତି ପାଉ ହୃଦୟରେ ଖୋଜି।


ହିନ୍ଦୁ ନବବର୍ଷ ରାଷ୍ଟ୍ରୀୟ ଦିବସ

       ସଭିଁଙ୍କୁ ଜଣାଇବା ଅଭିନନ୍ଦନ,

ରଖିବା ଆମେ ଜାତିର ସ୍ଵାଭିମାନ

     ଗଢିବା ସୁନ୍ଦର ଆଦର୍ଶ ଜୀବନ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics