STORYMIRROR

Prafulla Chandra Mishra

Inspirational Others

3  

Prafulla Chandra Mishra

Inspirational Others

ରାଷ୍ଟ୍ର ନାୟକ

ରାଷ୍ଟ୍ର ନାୟକ

1 min
174

            

(ଲାଲା ଲଜପତ ରାୟ ବାଲ ଗଙ୍ଗାଧର ତିଲକ ସର୍ଦ୍ଦାର ବଲ୍ଲଭଭାଇ ପଟେଲ)


ଲାଲ,ବାଲ୍,ପାଲ ରାଷ୍ଟ୍ରୀୟ ନେତା ଏଇତ ରାଷ୍ଟ୍ର ନାୟକ

ଦେଶହୀତ ପାଇଁ ଜୀବନକୁ ଯିଏ କରିଛିନ୍ତି ଊତ୍ସର୍ଗିତ ।।


ଇତିହାସ କହେ ଅତି ଆପଣାର ସମଦରଶି ପୁରୁଷ

ଉଦାର ପ୍ରକୃତି ଦରଦୀ ହୃଦୟ ଅପରାଜେୟ ପୈାରୁଷ ।।


ରାଷ୍ଟ୍ର ପାଇଁ ଦିନେ ସୁଭାଷ ବୋଷ ଦେଇଦେଲେ ପ୍ରାଣବଳି

ରାଷ୍ଟ୍ରୀୟ ନେତା ତାହାଙ୍କୁ କହିବ ସେ ସ୍ଵାଧିନ ତରି ନାଉରୀ ।।


ରାଧା କ୍ରୀଷ୍ଣାନ, ମୋରାରଜୀ ଦେଶାଇ ବାବୁ ଆମ୍ବେଦକର

ରାଷ୍ଟ୍ରୀୟ ଦକ୍ଷ ଶିଳ୍ପୀ ଏସବୁ ଯୋଗ୍ୟ ପୁତ୍ର ଭାରତର ।।


ଶାନ୍ତିର ଦୂତ ଲାଲ ବାହାଦୁର ଯୋଗ୍ୟତମ ବର ପୁତ୍ର

ଦେଶପାଇଁ ଯିଏ ତୁଚ୍ଛ ମଣେ ପ୍ରାଣ ସେ ରାଷ୍ଟ୍ରନାୟକ‌ ତ ।।


ନାରୀ ମହୀୟଷୀ ଇନ୍ଦିରା ଲୋକ ମାଁ ଯୋଗ୍ୟପୁତ୍ରୀ ଭାରତର

ପୁତ୍ରସମ ଜନ ଜଗତକୁ ଦେଖି କରିପାରିଥିଲେ ନିଜର ।।


ଅଟଳ ବିହାରୀ ଦିବ୍ୟ ସୁନ୍ଦର ସତ୍ୟର ଉପାସକ

ଏମିତି ସୁପୁତ୍ର ସିନା ଏ ଦେଶର ପ୍ରକୃତ ରାଷ୍ଟ୍ରନାୟକ ।।


ତିନି ମାଙ୍କଡ଼ଙ୍କ ଗୁରୁ ମହାମନା ଫୁଙ୍ଗୁଳା ଫକୀର ସିଏ

ଦେଶପାଇଁ ଯିଏ ଗୁଳିଆଗେ ନିଜ ଛାତିକୁ ଫଟାଇ ଦିଏ ।।


ତାଙ୍କ ଗୁରୁମନ୍ତ୍ର ଅହିଂସା ଭାରତ ବୁଦ୍ଧ ଦେବ ଜନ୍ମ ଭୂଇଁ

ସେମନ୍ତ୍ରେ ଦୀକ୍ଷିତ ରାଷ୍ଟ୍ରୀୟ ନାୟକ ପରା ଅଟେ ସହି ସେହି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational