STORYMIRROR

Biswajit Sahoo

Inspirational Others

3  

Biswajit Sahoo

Inspirational Others

ରାମରାଜ୍ୟ ଆଶାରେ

ରାମରାଜ୍ୟ ଆଶାରେ

1 min
179

ସମସ୍ତେ ଚାହାଁନ୍ତି ଖୁସି !!!

ହେଲେ କେତେ ଜଣ ଚେଷ୍ଟା କରନ୍ତି,

ଦୁଃଖ ଦୂର କରିବା ପାଇଁ ?

କଷ୍ଟ କରି କୃଷ୍ଣଙ୍କୁ ପାଇବା ପାଇଁ !


ସମସ୍ତେ ଚାହାଁନ୍ତି ଶାନ୍ତିର ପରିବେଶ,

ହେଲେ କେତେ ଜଣ ଦିଅନ୍ତି,

ଦୁଃଖୀଙ୍କୁ ଶାନ୍ତ୍ବନା...

ନିରାଶ୍ରୟଙ୍କୁ ଆଶ୍ରୟ....

ଦରିଦ୍ରଙ୍କୁ ଦାନ...


ବିନା କୋୖଣସି ଉଦ୍ୟମରେ,

ସମସ୍ତେ କରନ୍ତି ରାମରାଜ୍ୟର କଳ୍ପନା,

ବ୍ୟତିକ୍ରମ ହେଲେ ସମାଧାନ ବଦଳରେ

ଆରମ୍ଭ ହୋଇଯାଏ ସମାଲୋଚନା।


ସମାଜରେ ହେଉଛି ଅନେକ ଉନ୍ନତି,

ହେଲେ କମି ଚାଲିଛି ସଂସ୍କୃତିର ମହତ୍ତ୍ୱ,

ଯାନ୍ତ୍ରିକ ବିକାଶ ଟାଣି ନେଉଛି 

ବିଶ୍ବକୁ ବିନାଶ ଆଡ଼କୁ..

ତଥାପି ସମାଜ ରାମରାଜ୍ୟ ଆଶାରେ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational