ରାମନାମ ସତ୍ୟରେ
ରାମନାମ ସତ୍ୟରେ
କିଏ ଜାଣେ କେବେ ଆସିବ
କାହାକୁ ଆସିବ
କିପରି , ତାହା ପୁଣି କୋଉଠି ?
ଖୁବ୍ ଶାନ୍ତ ଭଦ୍ର ସତ୍ୟ
ସ୍ବତନ୍ତ୍ର ପରିଚୟ ରଖିଥିବା ସମୟଟି ।
ତିଆରି ହୋଇଥିବା ବସ୍ତୁଟିରେ
ଯେଠାରେ ମ୍ୟାନଫାକ୍ଚ୍ୟୁଆର ଡ୍ୟାଟ୍
ସେଠାରେ ଏକ୍ସପାୟର ସୂଚାଏ ।
ଅବିକଳ ଜୀବନ ମାତ୍ରକେ
କାହିଁ ତା'ଠୁ ମୁଁହ ଲୁଚାଏ ?
ବୁଦ୍ଧ କୁହନ୍ତି,
ନିତ୍ୟ ନିଘୋଡ ନିଦ୍ରାରେ
ଶୟନ ଯାଉଥିବା ପ୍ରାଣୀର
ମୃତ୍ୟୁ କିଛି କରିପାରେନି ।
ଭୟ ତାକୁ ଲାଗେ,
ଯିଏ କେବେ ଶୋଇ ପାରେନି
ଅନ୍ୟକୁ ଶୁଆଇ ଦିଏନି ।
ଚାଲ ପଚାରିବା ଅଶ୍ୱସ୍ଥମାଙ୍କୁ
ସେ କହିବେ କେତେ ଭୟଙ୍କର ।
ମ୍ୟାକ୍ ବ୍ୟାଥ ଅଙ୍ଗେ ନିଭେଇଛି
ମୃତ୍ୟୁ କେଡେ ନିଜର ।
ଥରେ ପାଖକୁ ଆସିଲେ
ଜମାରୁ ପାଖ ଛାଡେନି ।
ସେ ସର୍ବଦା ନାମ ର
ଶୋଇବା ଅବସ୍ଥାରେ
ରାମ' ନାମ ସତ୍ୟରେ
ହରି' ନାମ ଗୀତରେ ।
ଏହାକୁ ହେଜି ବଞ୍ଚିଛି ଯିଏ
ତା'ରି ମନ ଥାଏ
ସଦା ସତ୍ କର୍ମରେ ।।
