ରାମାୟଣ - ରାମ ଜନ୍ମ
ରାମାୟଣ - ରାମ ଜନ୍ମ
ଅଯୋଧ୍ୟାର ରାଜା ଥିଲେ ଦଶରଥ
ରାଜାଙ୍କ ମଉଡ଼ମଣି
କୌଶଲ୍ୟା କୈକେୟୀ ସୁମିତ୍ରା ଅଟନ୍ତି
ରାଜା ଙ୍କର ତିନି ରାଣୀ
ସନ୍ତାନ ନଥିଲେ ରାଜା ଙ୍କର ବୋଲି
ଥିଲା ମନେ ତାଙ୍କ ଦୁଃଖ
ସବୁ ଧନ ଧାନ୍ୟ ଥାଇ ପାଖରେ ତାଙ୍କ
ନଥିଲା ମନ ରେ ସୁଖ
ଗୁରୁଙ୍କ ପାଖକୁ ମହାରାଜା ଯାଇ
କହିଲେ ମନର କଥା
ଗୁରୁଙ୍କ ଆଗରେ କହିଗଲେ ରାଜା
ମନ ଭିତରର ବ୍ୟଥା
ରୁଷି ଙ୍କ ଆଜ୍ଞା ରେ ରାଜା ଦଶରଥ
ଆୟୋଜନ ସବୁକଲେ
ଲୋମପାଦ ଙ୍କୁ ଯେ ଆଣିବା ପାଇଁ କି
ଜରଦା କୁ ପଠାଇଲେ
ଲୋମପାଦ ଋଷି ଆସିଲେ ଅଯୋଧ୍ୟା
ଯଜ୍ଞ ଆୟୋଜନ କଲେ
ଯଜ୍ଞ ର ଚରୁ କୁ ଅଯୋଧ୍ୟା ନାଥଙ୍କ
ହାତରେ ପ୍ରଦାନ କଲେ
ତିନି ରାଣୀ ଙ୍କୁ ଯେ ବାଣ୍ଟିଣ ଯେ ରାଜା
ଚରୁ ପାଇବାକୁ ଦେଲେ
ତିନି ରାଣୀ ତାଙ୍କ ଅତି ଆଦରରେ
ଚରୁ କୁ ଗ୍ରହଣ କଲେ
ତିନି ରାଣୀଙ୍କର ଚାରି ପୁତ୍ର ହେଲେ
ରାଜା ଯେ ହୋଇଲେ ଖୁସି
ପ୍ରଜା ଙ୍କୁ ଖୁସିରେ ଦାନ ଦେଲେ ରାଜା
ହୋଇଲେ ଅତ୍ୟନ୍ତ ଖୁସି
କୌଶଲ୍ୟାଙ୍କ ଗର୍ଭୁ ରାମ ଜନ୍ମ ନେଲେ
ଭାରତ କୈକେୟୀ କୋଳେ
ଲକ୍ଷ୍ମଣ ଶତ୍ରୁଘ୍ନ ସୁମିତ୍ରାଙ୍କ ଠାରୁ
ଏପରି ଯେ ଜନ୍ମ ନେଲେ ।।
